Odisha Link
Bridging the Missing Links in Odisha

ସୁନ୍ଦରଗଡ଼ରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ନେଇ ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନେକ ପ୍ରକଳ୍ପର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ରାଉରକେଲା ମହାନଗର ନିଗମର ୪ଟି ମାଇକ୍ରୋ କମ୍ପୋଷ୍ଟିଂ କେନ୍ଦ୍ର, ୨୨ଟି ମିଶନ ଶକ୍ତି ଗୃହ ଏବଂ ପାନପୋଷ ଠାରେ ନର୍ମିତ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ କୋଠାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ କରିଛନ୍ତି ନବୀନ।

ଏହି ପ୍ରକଳ୍ପ ଅଧୀନରେ ରାଉରେକଲା ମହାନଗର ନିଗମ, ବୀରମିତ୍ରପୁର ପୈାରପାଳିକା ଓ କୋଇଡ଼ା ବ୍ଲକ ଅଞ୍ଚଳର ପରିମଳକୁ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ୨୪ ପ୍ରକାର ୧୯୦ଟି ଗାଡ଼ି ଏବଂ ଅତ୍ୟାଧୁନିକ ମେସିନ୍ ପ୍ରଦାନ କରାଯିବ। ଏଣିକି ମେସିନ୍ ସହାୟତାରେ ଆବର୍ଜନା ସଂଗ୍ରହ କରାଯିବ। ଏଥିପାଇଁ ଆସନ୍ତା ତିନି ବର୍ଷରେ ୬୭ କୋଟି ୬୪ ଲକ୍ଷ ଟଙ୍କା ବ୍ୟୟବରାଦ କରାଯିବ।

Comments are closed.