Odisha Link
Bridging the Missing Links in Odisha

ଆଜି ତାମିଲନାଡୁ ଅତିକ୍ରମ କରିବ ଘୂର୍ଣ୍ଣିବାତ୍ୟା ‘ବୁରେଭି’

କୋଚି: ଆଜି ସକାଳେ ଏହା ତାମିଲନାଡୁ ଉପକୂଳ ଅତିକ୍ରମ କରି ଅପରାହ୍ଣ ସୁଦ୍ଧା କେରଳରେ ପ୍ରବେଶ କରିବ ‘ବୁରେଭି’। ଘୂର୍ଣ୍ଣିବାତ୍ୟା ଗଭୀର ଅବପାତରେ ପରିଣତ ହୋଇଛି। ଏହା ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନରୁ ଜଣାପଡ଼ିଛି।

ଘଣ୍ଟାପ୍ରତି ୭୫ କିଲୋମିଟର ବେଗରେ ପବନ ଝୁଙ୍କ ସହ ଘଣ୍ଟା ପ୍ରତି ୫୫ରୁ ୬୫ କିଲୋମିଟର ବେଗରେ ପ୍ରବାହିତ ହେବ। ଘୂର୍ଣ୍ଣିବାତ୍ୟା ସଂକ୍ରାନ୍ତ ସତର୍କ ସୂଚନା ସମ୍ବନ୍ଧରେ ଭାରତୀୟ ପାଣିପାଗ ବିଭାଗ ପୂର୍ବରୁ ତାମିଲନାଡୁ ଓ ଦକ୍ଷିଣ କେରଳରେ ରେଡ୍‌ ଆଲର୍ଟ ଜାରି କରିଛି।

ସେହିପରି, ମଦୁରାଇରେ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ବିମାନ ସେବା ବନ୍ଦ ରହିବ। ଆଜି ତୁତିକୋରିନ୍‌ ବିମାନ ବନ୍ଦର ମଧ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ସରକାର ଘୋଷଣା କରିଛନ୍ତି।

ଆଜି ଦକ୍ଷିଣ କେରଳ ଅନ୍ତର୍ଗତ ତିରୁବନନ୍ତପୁରମ୍‌, କୋଲାମ୍‌, ପତନମତିତ୍ତ ଏବଂ ଇଡୁକ୍କି ଜିଲ୍ଲାରେ ସରକାରୀ ଓ ‘ପିଏସ୍‌ୟୁ’ ଅଫିସ୍‌ ପାଇଁ ସରକାର ଛୁଟି ଘୋଷଣା କରିଛନ୍ତି।

Comments are closed.