Odisha Link
Bridging the Missing Links in Odisha

ଚର୍ଚ୍ଚାରେ ପୁଣି କଙ୍ଗନାଙ୍କ ଟ୍ବିଟ୍, ଟ୍ବିଟର ଛାଡ଼ିବାକୁ ଦାବି

ମୁମ୍ବାଇ : ବଲିଉଡ ଅଭିନେତ୍ରୀ କଙ୍ଗନା ରଣୌତ ଏବେ ପୁଣି ଚର୍ଚ୍ଚାରେ ରହିଛନ୍ତି। ତାଙ୍କର ମୁହାଁମୁହିଁ ଏଥର ପଞ୍ଜାବୀ ଫିଲ୍ମ ଇଣ୍ଡଷ୍ଟ୍ରିର କଳାକାରଙ୍କ ସହ ହୋଇଛି।କଙ୍ଗନା ନିଜ ଟ୍ବିଟ୍ ରେ କିଛି ଏପରି ପୋଷ୍ଟ ସେଆର କରିଥିଲେ ଯାହା ପଞ୍ଜାବ ଇଣ୍ଡଷ୍ଟ୍ରିର ଷ୍ଟାରଙ୍କୁ ପସନ୍ଦ ଆସିନଥିଲା।

ପଞ୍ଜାବୀ ସୁପରଷ୍ଟାର ଦିଲଜିତ ଦୋସାଞ୍ଝଙ୍କ ସହ ସୋସିଆଲ୍ ମିଡିଆରେ ତାଙ୍କ ସହ ବିବାଦ ଦେଖିବାକୁ ମିଳିଛି। ଏହା ପରେ ହିମାଂଶୀ ଖୁରାନା,ମିକା ସିଂହ ଏବଂ ଜସ୍ସି ମଧ୍ୟ କଙ୍ଗନାଙ୍କୁ ଟାର୍ଗେଟ୍ କରିଥିଲେ।

କଙ୍ଗନା ରଣୌତ ନିଜ ଟ୍ବିଟରେ ଫାର୍ମ ବିଲର ସମର୍ଥନ କରିଥିଲେ। ସେ ଆନ୍ଦୋଳନରେ ଭାଗ ନେଇଥିବା ଜଣେ ବୟସ୍କ ମହିଳାଙ୍କୁ ଟାର୍ଗେଟ୍ କରିଥିଲେ ଯାହା ପରେ ହିଁ ପଞ୍ଜାବୀ କଳାକାର କଙ୍ଗନାଙ୍କ ଉପରେ ଅସନ୍ତୁଷ୍ଟ ହୋଇଥିଲେ। ଏବେ ଏହି ବିବାଦ ଆହୁରି ବଢ଼ିବାକୁ ଲାଗିଛି।ସିଙ୍ଗର ମିକା ସିଂହ ମଧ୍ୟ କଙ୍ଗନାଙ୍କ ଏହି ଆଚରଣ ଯୋଗୁଁ ନିରାଶ ନଜର ଆସିଥିଲେ।

ସେ ବୟସ୍କ ମହିଳାଙ୍କ ଫଟୋ ସେୟାର କରି ଟ୍ବିଟ୍ କରି ଲେଖିଥିଲେ ‘ତାଙ୍କ ମନରେ କଙ୍ଗନା ରଣୌତଙ୍କ ପାଇଁ ଖୁବ୍ ସମ୍ମାନ ଥିଲା। ଏପରିକି ଯେତେବେଳେ ତାଙ୍କ ଅଫିସରେ ଭଙ୍ଗାରୁଜା ହୋଇଥିଲା ସେତେବେଳେ ବି ସେ ତାଙ୍କ ସମର୍ଥନରେ ଟ୍ବିଟ୍ କରିଥିଲେ।

ଏବେ ସେ ଭାବୁଛନ୍ତି ଯେ ସେ ଭୁଲ୍ ଥିଲେ। ଜଣେ ମହିଳା ହୋଇଥିବାରୁ ସେ ଜଣେ ବୟସ୍କା ମହିଳାଙ୍କୁ ଟିକେ ସମ୍ମାନ ଦେବା ଉଚିତ୍। ଯଦି କଙ୍ଗନାଙ୍କ ଭିତରେ ଟିକେ ବି ସଭ୍ୟତା ରହିଛି ତେବେ ତାଙ୍କୁ କ୍ଷମା ମାଗିବା ଉଚିତ୍। ଲଜ୍ଜା ଲାଗିବା ଉଚିତ୍ କଙ୍ଗନାଙ୍କୁ।

ଏହା ବ୍ୟତୀତ ସିଙ୍ଗର-ଆକ୍ଟର ଜସବୀର ଜସ୍ସି ମଧ୍ୟ କଙ୍ଗନାଙ୍କୁ ଟାର୍ଗେଟ୍ କରିଛନ୍ତି। ସେ ଟ୍ବିଟରେ ଲେକିଛନ୍ତି ଯେ- ସ୍ନେହର କଙ୍ଗନା ରଣୌତ। ଆମ ଦେଶ ଠିକ୍ ଥିଲା ଏବଂ ଠିକ୍ ରହିବ। ଆପଣଙ୍କୁ ଅନୁରୋଧ ଯେ ଦେଶର ଉନ୍ନତି ଚିନ୍ତା କରି ଆପଣ ଟ୍ବିଟର ଛାଡ଼ି ଦିଅନ୍ତୁ।

ଆପଣ ଯେଉଁ ଘୃଣାର ଫ୍ୟାକ୍ଟ୍ରି ଚଲାଇଛନ୍ତି ଏବଂ ପଥଭ୍ରଷ୍ଟ କରିବା ପାଇଁ ଟ୍ବିଟ୍ କରୁଛନ୍ତି ସେହି କାରଣରୁ ଦେଶର ମଙ୍ଗଳ ହେଉନାହିଁ। ଯଦି ଦେଶକୁ ଟିକେ ବି ଭଲ ପାଉଛନ୍ତି ତେବେ ଏବେ ନିଜ ଟ୍ବିଟର ଡିଲିଟ କରନ୍ତୁ। ଏହା ବ୍ୟତୀତ ଅନେକ ବଲିଉଡ ସେଲେବ୍ସ ମଧ୍ୟ ଅଛନ୍ତି ଯେଉଁମାନେ ଚାଷୀଙ୍କ ସମର୍ଥନ କରିଛନ୍ତି ଏବଂ କଙ୍ଗନାଙ୍କ ବିରୋଧରେ ନିଜ ସ୍ବର ଉତ୍ତୋଳନ କରିଛନ୍ତି।

Comments are closed.