Odisha Link
Bridging the Missing Links in Odisha

ଗିରଫ ହେଲେ କୋଟପିତ ରେଞ୍ଜର

ବଲାଙ୍ଗିର: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ବଲାଙ୍ଗିର ଜିଲ୍ଲା ମୁରିବାହଲ ଫରେଷ୍ଟ ରେଞ୍ଜ ଅଫିସର ପ୍ରଶାନ୍ତ କୁମାର ନାୟକଙ୍କୁ ଗିରଫ କରିଛି । ରେଡ୍ ବେଳେ ପ୍ରଶାନ୍ତଙ୍କ ପାଖରୁ ୧ କୋଟି ୮୬ ଲକ୍ଷ ୫୪ ହଜାର ୫୯୨ ଟଙ୍କାର ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ।

ଡିସେମ୍ବର ୩ ତାରିଖରେ ଭିଜିଲାନ୍ସର ଟିମ୍ ଏକକାଳୀନ ୪ଟି ସ୍ଥାନରେ ରେଡ୍ କରିଥିଲା। ଥିବା ପ୍ରଶାନ୍ତଙ୍କ ୩ ମହଲା ଘର, ଟିଟିଲାଗଡ଼ ବେଲପଦରରେ ଥିବା ଫାର୍ମ ହାଉସ୍, ମୁରିବାହାଲ ସରକାରୀ କ୍ୱାର୍ଟର ସହ ଅଫିସରେ ଭିଜିଲାନ୍ସ ଚଢ଼ାଉ ହୋଇଥିଲା। ସର୍ଚ୍ଚ ବେଳେ ଭିଜିଲାନ୍ସକୁ ୧ କୋଟି ୮୬ ଲକ୍ଷ ୫୪ ହଜାର ୫୯୨ ଟଙ୍କାର ସମ୍ପତ୍ତି ମିଳିଛି ।

ଏଥିରେ ଗୋଟିଏ ୩ ମହଲା ଘର, ୧୦ ଖଣ୍ଡ ପ୍ଲଟ୍, ୨ଟି କାର, ଗୋଟିଏ ବାଇକ୍, ବିଭିନ୍ନ ବ୍ୟାଙ୍କରେ ଥିବା ଜମା, ଇନ୍ସୁରାନ୍ସ ପଲିସି, ସୁନା ଓ ରୂପା ଅଳଙ୍କାର, ନଗଦ ଟଙ୍କା ସହ ୨.୭ ଲକ୍ଷ ଟଙ୍କାର ଘରକରଣା ସାମଗ୍ରୀ ରହିଛି। ରେଡରୁ ଜଣାପଡ଼ିଛି ପ୍ରଶାନ୍ତଙ୍କ ପାଖରେ ୧ କୋଟି ୩୯ ଲକ୍ଷ ୯୨ ହଜାର ୯୫୬ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ରହିଛି।

ଏତେ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତିର ପ୍ରମାଣ ମିଳିବା ପରେ ସମ୍ବଲପୁର ଭିଜିଲାନ୍ସ ମୁରିବାହଲ ଫରେଷ୍ଟ ରେଞ୍ଜର ପ୍ରଶାନ୍ତ କୁମାର ନାୟକଙ୍କୁ ଗିରଫ କରିଛି। ଏବେ ବି ମାମଲାର ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ବିଭାଗ ସୂଚନା ଦେଇଛି।

Comments are closed.