Odisha Link
Bridging the Missing Links in Odisha

୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ

ଭୁବନେଶ୍ବର: ବେଆଇନ ଚନ୍ଦନ କାଠ ଚୋରା ଚାଲଣ ସମୟରେ ଜବତ କାଠ କଲା ପୁଲିସ। କଟକ ଟାଙ୍ଗି ଡାଳଯୋଡି ଜଙ୍ଗଲରୁ ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ କଲା କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ। ଏହାର ଆନୁମାନିକ ମୂଲ୍ୟ ୭୦ ଲକ୍ଷରୁ ଉର୍ଦ୍ଧ୍ବ ହେବ ବୋଲି ସୂଚନା ମିଳିଛି। STF ୩ ଜଣଙ୍କୁ ଗିରଫ କରିଛି।

ଗିରଫ ବ୍ୟକ୍ତି ହେଲେ କଟକ ଟାଙ୍ଗି ଅଞ୍ଚଳର ହେମନ୍ତ ଛାଟୋଇ, ନୟାଗଡ ଖଣ୍ଡପଡା ଅଞ୍ଚଳର ଦଣ୍ଡପାଣି ଦାସ ଓ ଟାଙ୍ଗି ପାଟଳସିଂ ବାଲିଯୋଡି କାହ୍ନୁ ଭୋଇ। ଚନ୍ଦନ କାଠର ଡିଲ୍‌ କରୁଥିବା ବେଳେ ଗୁରୁବାର ସନ୍ଧ୍ୟାରେ ଧରିଲା କ୍ରାଇମବ୍ରାଞ୍ଚ ।

Comments are closed.