Odisha Link
Bridging the Missing Links in Odisha

ବନ୍ଧୁକ ଦେଖାଇ ଲୁଟି ନେଲେ ୩ ଲକ୍ଷ ଟଙ୍କା

ବଲାଙ୍ଗିର: ବଲାଙ୍ଗିର ସହର ଉପକଣ୍ଠ ଲଖପାଲି ନିକଟରେ ଥିବା କମଳ ଚୌଧୁରୀଙ୍କ ବିସ୍କୁଟ ହୋଲସେଲ ଦୋକାନରୁ ଗନ୍ ପଏଣ୍ଟରେ ୩ ଲକ୍ଷ ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି ।

ଗତ ରାତି ପ୍ରାୟ ୮ଟା ପରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ମୁଖା ପିନ୍ଧା ଯୁବକ ବାଇକ୍‌ରେ ଦୋକାନ ନିକଟକୁ ଆସିଥିଲେ । ୪ ଜଣ ଭିତରେ ପଶିଥିବା ବେଳେ ଅନ୍ୟମାନେ ବାହାରେ ଜଗି ରହିଥିଲେ।

ସେମାନେ ମାରଣାସ୍ତ୍ର ଏବଂ ପିସ୍ତଲ ଦେଖାଇ ମାଲିକ ଓ କର୍ମଚାରୀଙ୍କୁ ଭୟଭୀତ କରାଇଥିଲେ । ତାପରେ ହଠାତ ଡ୍ର ଖୋଲି ୩ ଲକ୍ଷ ଟଙ୍କା ଲୁଟ କରି ଚମ୍ପଟ ମାରିଥିଲେ ଲୁଟେରା ।

ଖବର ପାଇ ରାତିରେ ବଲାଙ୍ଗିର ଏସ.ଡି.ପି.ଓ ଏବଂ ପୁଇଁନ୍ତଲା ପୁଲିସ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ଅଭିଯୁକ୍ତଙ୍କ ଟେର ପାଇପାରି ନାହିଁ।

Comments are closed.