Odisha Link
Bridging the Missing Links in Odisha

ଷଣ୍ଢକୁ ଧକ୍କା ଦେଇ ହୁତୁହୁତୁ ହୋଇ ଜଳିଗଲା କାର

ସାଲେପୁର: ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗି ଥାନା ହରିଅନ୍ତା ଛକ ନିକଟରେ ଏକ ଦୁର୍ଘଟଣା ଘଟିଛି। ଷଣ୍ଢକୁ ଧକ୍କା ଦେବେ ପରେ ହୁତୁହୁତୁ ହୋଇ ଜଳିଗଲା କାର୍। କାରଟିରେ ଥିବା ୪ ଜଣ ଆରୋହୀ ଅଳ୍ପକେ ବର୍ତ୍ତି ଯାଇଥିଲେ। ଘଟଣା ସ୍ଥଳରେ ଟାଙ୍ଗୀ ପୁଲିସ୍ ଓ ଦମକଳ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ସୂଚନାଯୋଗ୍ୟ ଯେ, କାର୍‌ଟି ଚଣ୍ଡିଖୋଲରୁ କଟକ ଯାଉଥିବା ସମୟରେ ହରିଅନ୍ତା ଛକଠାରେ ଏକ ଷଣ୍ଢ ରାସ୍ତା ପାର ହେଉଥିଲା । ସେହି ସମୟରେ କାର୍‌ଟି ଷଣ୍ଢକୁ ଧକ୍କା ଦେଇଥିଲା । ଫଳରେ କାର୍ ସହ ଷଣ୍ଢ ୧୦ ଫୁଟ ଘୁଷୁରି ଯାଇଥିଲା ।

ହଠାତ୍ କାର୍‌ରେ ନିଆଁ ଲାଗି ଯାଇଥିଲା। ଷଣ୍ଢଟି ଖଣ୍ଡିଆ ଖାବରା ହୋଇ ରାସ୍ତା କଡକୁ ଚାଲିଯାଇଥିଲା। କାର୍‌ରେ ଥିବା ୪ ଜଣ ଯାତ୍ରୀ ଜୀବନ ବଞ୍ଚାଇ ପଳାଇଥିଲେ। ପ୍ରଚଣ୍ଡ ଶବ୍ଦ ହୋଇ କାର୍ ହୁତ ହୁତ ହୋଇ ଜଳିଯାଇଥିଲା। ଫଳରେ ରାସ୍ତାରେ ଯାତାୟତ ବନ୍ଦ ହୋଇଯାଇଛି ।

Comments are closed.