Odisha Link
Bridging the Missing Links in Odisha

ବଦଳିଲା ଓଜେଇଇ କାର୍ଯ୍ୟସୂଚୀ

ଭୁବନେଶ୍ୱର:  ଓଜେଇଇ କାଉନସେଲିଂ ଓ ନାମଲେଖା ତାରିଖ ୨୦୨୦-୨୧ ବର୍ଷ ଲାଗି ପରିବର୍ତ୍ତନ ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ପଞ୍ଜିକରଣ ଓ ଅଲାଇନ୍ ଆପ୍ଲିକେସନ୍, ଡକ୍ୟୁମେଣ୍ଟ ଅପଲୋଡିଂ ଓ ଭେରିଫିକେସନ୍ ଡିସେମ୍ବର ୫ ତାରିଖ ରାତି ୧୧ଟା ୫୯ ଯାଏ କରିହେବ। ଡିସେମ୍ବର ୮ ତାରିଖ ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ ସଂଶୋଧିତ ରାଜ୍ୟ ମେଧା ତାଲିକା।

ସେହିଦିନ ସର୍ବଭାରତୀୟ ସ୍ତରରେ କୋଟା ସିଟ୍ (ଫେରସ୍ତ) କରାଯିବ। ୯ ତାରିଖରେ ଖାଲିଥିବା ସିଟ୍ ସହ ସର୍ବଭାରତୀୟ ସ୍ତରରେ ସଂରକ୍ଷିତ ସିଟ୍ ବାବଦରେ ସୂଚନା ଦିଆଯିବ। ଡିସେମ୍ବର ୯ ତାରିଖ ସନ୍ଧ୍ୟା ୭ଟାରୁ ଚଏସ୍ ଫିଲିଂ ଓ ଲକିଂ ନୂଆ ପଞ୍ଜିକରଣ କରିଥିବା ପରିକ୍ଷାର୍ଥୀ ଡିସେମ୍ବର ୧୦ ତାରିଖ ରାତି ୧୧ଟା ୫୯ ଯାଏ କରିପାରିବେ।

୧୨ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ଆଲଟମେଣ୍ଟ ପ୍ରକାଶ ପାଇବା ସହ ଆଲଟମେଣ୍ଟ ଲେଟର ଡାଉନଲୋଡ୍ କରିହେବ।ଡିସେମ୍ବର ୧୩ ତାରିଖ ସକାଳ ୧୧ଟାରୁ ୧୫ ତାରିଖ ରାତି ୧୧ଟା ୫୯ ଯାଏ ନାମଲେଖା ଦେୟ ଦେଇ ପ୍ରୋଭିଜିନାଲ ଆଡମିସନ ଲେଟର ଡାଉନଲୋଡ କରିବା ସହ ନାମଲେଖା ପ୍ରକ୍ରିୟାରୁ ଓହରି ଯାଇପାରିବେ।

୧୫ ତାରିଖ ପରେ କୌଣସି ନୂତନ ପଞ୍ଜିକରଣ ଗ୍ରହଣଯୋଗ୍ୟ ହେବ ନାହିଁ । ସିଟ୍ ବଳକା ଥିଲେ ଡିସେମ୍ବର ୨୦ ତାରିଖରେ ସ୍ପଟ୍ କାଉନସେଲିଂ ହେବ ବୋଲି ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Comments are closed.