Odisha Link
Bridging the Missing Links in Odisha

ଏସସିବି ପାଇଁ ୱେବସାଇଟ୍ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

କଟକ: କଟକ ଏସସିବି ମେଡିକାଲକୁ ବିଶ୍ୱସ୍ତରୀୟ କରିବାକୁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି। ଏଥିପାଇଁ ପୂର୍ବତନ ଛାତ୍ରଛାତ୍ରୀଙ୍କର ମଧ୍ୟ ସହଯୋଗ ନିଆଯାଇଛି। 5-T ବିଭାଗ ଅଧିନରେ ମେଡିକାଲ କଲେଜର ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି। ଏସସିବିର ଏହି ଟ୍ରାନ୍‌ସଫର୍ମେସନରେ ପୂର୍ବତନ ଛାତ୍ରଛାତ୍ରୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ଏଥିପାଇଁ ଦୁଇଟି ୱେବସାଇଟ୍ ଉନ୍ମୋଚିତ ହୋଇଛି।

ଏସସିବି ମେଡିକାଲ କଲେଜ ଓ ପୁରାତନ ଛାତ୍ରସଂଘ ନାମରେ ଏହି ୱେବସାଇଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉନ୍ମୋଚନ କରିଛନ୍ତି। ଏହି ୨ ୱେବସାଇଟ୍ ଏସସିବିର ଭାବମୂର୍ତ୍ତି ସୁଧାରିବାରେ ଓ ସଠିକ ସେବା ପ୍ରଦାନର ଦକ୍ଷତା ବୃଦ୍ଧିରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ୧୯୪୪ ମସିହାରେ ପୁରୀ ଫେରନ୍ତା ତୀର୍ଥଯାତ୍ରୀଙ୍କୁ ଚିକିତ୍ସା ସେବା ଯୋଗାଇ ଦେବାକୁ ଯୋବ୍ରା ମହାନଦୀ କୂଳରେ ଏକ ଚିକିତ୍ସା ଶିବିର ଆରମ୍ଭ ହୋଇଥିଲା।

ଆଜି ଏହା ଏସସିବି ମେଡିକାଲ କଲେଜ ଭଳି ଏକ ପ୍ରତିଷ୍ଠିତ ଅନୁଷ୍ଠାନରେ ପରିଣତ ହୋଇଛି। ୭୬ ବର୍ଷରେ ପହଞ୍ଚିଥିବା ଏହି ମେଡିକାଲ କଲେଜ, ଆଗାମୀ ଦିନରେ ବିଶ୍ୱସ୍ତରୀୟ ଚିକିତ୍ସା ସୁବିଧା ଯୋଗାଇବାରେ ସହାୟକ ହେବ । କଲେଜରେ ବିଶ୍ଵସ୍ତରୀୟ ତଥା ତଥ୍ୟଭିତ୍ତିକ ୱେବ୍‌ସାଇଟ୍‌ ଉନ୍ମୋଚନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି।

Comments are closed.