Odisha Link
Bridging the Missing Links in Odisha

ଖୁବ୍ ଶୀଘ୍ର ଖୋଲିବ ଯୁକ୍ତ୨ କଲେଜ

ଭୁବନେଶ୍ୱର: କୋଭିଡ-୧୯ ଯୋଗୁଁ ଗତ ମାର୍ଚ୍ଚରୁ କଲେଜରେ ଶିକ୍ଷାଦାନ ବାଧାପ୍ରାପ୍ତ ହୋଇଛି। ତେବେ ଯୁକ୍ତ୨ କଲେଜ ଖୋଲିବା ପାଇଁ ସରକାର ଅନେକ ପଦକ୍ଷେପ ନେଲେଣି।

ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ରାଜ୍ୟର ସମସ୍ତ ଯୁକ୍ତ୨ କଲେଜ କ୍ୟାମ୍ପସକୁ ବିଶୋଧନ ଓ ସଫା କରିବାକୁ ସରକାରୀ ଓ ଘରୋଇ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

କଲେଜର ଲାବୋରେଟାରୀ, କ୍ଲାସ୍ ରୁମ୍, ଶୌଚାଳୟ, ପିଇବା ପାଣି ଏବଂ ଅନ୍ୟାନ୍ୟ ଉପକରଣ ପ୍ରସ୍ତୁତ ରଖିବା ସହ ଏସବୁ କୋଭିଡ୍ ପୂର୍ବ ସ୍ଥିତିକୁ ଫେରାଇ ଆଣିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଚିଠି ଲେଖିଛନ୍ତି। ପ୍ରସ୍ତୁତି ନେଇ ସପ୍ତାହେ ମଧ୍ୟରେ ରିପୋର୍ଟ ଦେବାକୁ ଚିଠିରେ ନିର୍ଦ୍ଦେଶ ରହିଛି ।

Comments are closed.