Odisha Link
Bridging the Missing Links in Odisha

ନୂଆ ପଲିସି ନମାନିଲେ ଡିଲିଟ୍‌ ହେବ ହ୍ୱାଟ୍ସଆପ୍‌ ଆକାଉଣ୍ଟ୍‌!

ନୂଆଦିଲ୍ଳୀ: ନୂଆ ପଲିସି ନମାନିଲେ ଡିଲିଟ୍‌ ହେବ ହ୍ୱାଟ୍ସଆପ୍‌ ଆକାଉଣ୍ଟ୍‌। ଲୋକପ୍ରିୟ ମେସେଜିଂ ଆପ୍ ହ୍ୱାଟ୍ସଆପ୍‌ ଆଣିଛି ଏକ ନୂଆ ଭର୍ସନ୍‌, ଯେଉଁଥିରେ ନୂଆ ଟର୍ମସ ଅଫ୍‌ ସର୍ଭିସ୍‌ ଦିଆଯାଇଛି। ଯଦି ଆପଣ ହ୍ୱାଟସଆପ ବ୍ୟବହାର କରିବାକୁ ଚାହୁଁଛନ୍ତି ତେବେ କିଛି ନିୟମ ତଥା ସର୍ତ୍ତକୁ ମାନିବାକୁ ହେବ। ନଚେତ୍ କଂପାନି ପକ୍ଷରୁ ଆପଣଙ୍କ ହ୍ୱାଟସଆପ୍ ଆକାଉଣ୍ଟକୁ ବନ୍ଦ କରି ଦିଆଯିବ।

ଆସନ୍ତା ବର୍ଷ ଆରମ୍ଭରୁ ହ୍ୱାଟ୍ସଆପ୍‌ ନିଜର ଟର୍ମସ ଅଫ୍‌ ସର୍ଭିସ୍‌ ଅପ୍‌ଡେଟ୍‌ କରିବାକୁ ଯାଉଛି। ସାରା ବିଶ୍ୱରେ ହ୍ୱାଟସଆପର ପ୍ରାୟ ଦେଢ ବିଲିୟନରୁ ଅଧିକ ବ୍ୟବହାରକାରୀ ଅଛନ୍ତି। ଯଦି ନିଜର ଏହି ସେବା ଆଗକୁ ଜାରି ରଖିବାକୁ ଚାହୁଁଛନ୍ତି ତେବେ ସେମାନଙ୍କୁ ପ୍ରଥମେ ହ୍ୱାଟସଆପର ଏହି ନୂତନ ନିୟମକୁ ମାନିବାକୁ ପଡ଼ିବ।

ରିପୋର୍ଟ ଅନୁସାରେ ନୂଆ ଅପଡେଟ ସହିତ ହ୍ୱାଟସଆପରେ ଏହି ଆପ ଆନାଉନ୍ସମେଂଟ ପଠାଇବାର ଫିଚର ମଧ୍ୟ ଆଡ କରାଯିବ। ଅର୍ଥାତ୍ ହ୍ୱାଟସଆପକୁ ଯଦି କୌଣସି ଜିନିଷ ସଂପର୍କରେ ବ୍ୟବହାରକାରୀଙ୍କ ପାଇଁ ଘୋଷଣା କରିବାର ଥିବ ତେବେ ଆପ୍‌ରେ ହିଁ ଏ ସଂକ୍ରାନ୍ତରେ ସୂଚୀତ କରି ଦିଆଯିବ।

ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବା ବେଳେ କଂପାନି ପକ୍ଷରୁ କିନ୍ତୁ ସେଭଳି କୌଣସି ସୂଚନା ବର୍ତ୍ତମାନ ସୁଦ୍ଧା ମିଳିପାରିନାହିଁ। ହ୍ୱାଟସଆପ ନିଜର ନିୟମରେ ପରିବର୍ତ୍ତନ ନେଇ ବହୁ ପୂର୍ବରୁ ହିଁ ଆଲୋଚନା କରିଆସୁଛି। ସେତେବେଳେ କମ୍ପାନି ପକ୍ଷରୁ ଫେସବୁକ ସହ ହ୍ୱାଟସଆପ ବ୍ୟବହାରକାରୀଙ୍କ ତଥ୍ୟ ବାଂଟିବାକୁ ଏକ ନୀତି ମଧ୍ୟ ଆଣିଥିଲା।

Comments are closed.