Odisha Link
Bridging the Missing Links in Odisha

ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ: ଚେଲ୍ଲା କୁମାର

ଭୁବନେଶ୍ୱର: ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଓ ବିଜେଡି ବିରୋଧରେ ବର୍ଷିଛନ୍ତି କଂଗ୍ରେସ ପ୍ରଭାରୀ ଏ.ଚେଲା କୁମାର। ବିଜେପି ଓ ବିଜେଡ଼ି ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ବୋଲି ଚେଲା କୁମାର କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାକୁ ଲୁଟିବାକୁ ଉଭୟଙ୍କ ମଧ୍ୟରେ ଗୁପ୍ତ ଚୁକ୍ତି ହୋଇଛି। ପରୀ ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସ ପ୍ରଥମେ ସ୍ୱର ତୀବ୍ର କରିଥିଲା । ସରକାରଙ୍କ ଏସଆଇଟି ତଦନ୍ତ ନିର୍ଦ୍ଦେଶ କଂଗ୍ରେସର ଐତିହାସିକ ସଫଳତା। ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ବୋଲି କଂଗ୍ରେସ ପ୍ରଭାରୀ କହିଛନ୍ତି ।

କିନ୍ତୁ ଆମ ନେତା ଲାଞ୍ଚ ଖାଇ ଚୁପ ହୋଇଗଲେ ବୋଲି ବିଜେପି ଅଭିଯୋଗ କରୁଛି। ପ୍ରସଙ୍ଗକୁ ଡାଇଭର୍ଟ କରିବା ପାଇଁ ବିଜେପି ଏଭଳି କଥା ଉଠାଇଛି ବୋଲି ଚେଲା କୁମାର ଅଭିଯୋଗ କରିଛନ୍ତି।

ଏହି ଅବସରରେ ଇତିଶ୍ରୀ ହତ୍ୟା ଓ ଖଣି ଦୁର୍ନୀତି ଅନେକ ପ୍ରସଙ୍ଗରେ ବି ଚେଲା କୁମାର ଟାର୍ଗେଟ କରିଛନ୍ତି। ସିବିଆଇ ତଦନ୍ତ କୁଆଡେ଼ ଗଲା ଓ କଣ ଫଳ ମିଳିଲା ବୋଲି ଚେଲା କୁମାର ପ୍ରଶ୍ନ କରିଛନ୍ତି।

Comments are closed.