Odisha Link
Bridging the Missing Links in Odisha

କାର୍‌ରୁ ଜବତ ହେଲା ୪ କିଲୋ ସୁନା ସହ ୨୩୫ କିଲୋ ରୂପା

ବ୍ରହ୍ମପୁର: ଚାଲାଣ ବେଳେ ବିପୁଳ ପରିମାଣର ସୁନା ଓ ରୁପା ଜବତ କରିଛି ପୁଲିସ। ବେଆଇନ ଭାବେ ୪ କିଲୋଗ୍ରାମ ସୁନା ଓ ୨୩୫ କିଲୋଗ୍ରାମ ରୁଜା ଜବତ କରିଛି ଗୋଷାଣୀ ନୂଆଗାଁ ଥାନା ପୁଲିସ।

ସୁନା ଓ ରୁପା ଚାଲାଣ କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିବା ସୂଚନା ମିଳିଛି। ତାମିଲନାଡୁରୁ ବ୍ରହ୍ମପୁରକୁ ଆସୁଥିବା ଗାଡ଼ିରୁ ଏହି ବିପୁଳ ପରିମାଣର ସୁନା ଓ ରୂପା ଜବତ କରିଛି ପୋଲିସ ବୋଲି ଜଣାପଡ଼ିଛି।

ତେବେ ସେ କାରକୁ ଜବତ ସହ ବେଆଇନ ଚାଲାଣବେଳେ ୩ ଜଣଙ୍କୁ ମଧ୍ୟ ଗିରଫ କରି ପଚରାଉଚରା ପୋଲିସ୍ କରୁଥିବା ଜଣାପଡ଼ିଛି।

Comments are closed.