Odisha Link
Bridging the Missing Links in Odisha

ଖାସି ମାଂସ ନେଲା ଜୀବନ

ରାଉରକେଲା: ଖାସି ମାଂସ ନେଲା ଜୀବନ। ଖାସି ମାଂସ ପାଇଁ ହତ୍ୟା। ମାଂସ ପାଇଁ ଜଣେ ଆରଏସପି କର୍ମଚାରୀଙ୍କ ହତ୍ୟା କରାଯାଇଛି। ମୃତକ ଆରଏସ୍‌ପି କର୍ମଚାରୀ ପଦ୍ମଲୋଚନ ପୂର୍ତ୍ତି ବୋଲି ଜଣାପଡିଛି। ମାଂସ ବେପାରୀ ପଦ୍ମଲୋଚନଙ୍କୁ ବାଡେ଼ଇ ମାରିଦେଇଥିବା ସୂଚନା ରହିଛି। ମାଂସ ବେପାରୀର ନାମ ଦେବାଶିଷ ସାହୁ ବୋଲି ଜଣାପଡିଛି ।

ସୂଚନା ମୁତାବକ, ରାଉରକେଲା ବନ୍ଧମୁଣ୍ଡା ଥାନା ତିକକାନଗରରେ ଏହି ହତ୍ୟାକାଣ୍ଡ ଘଟିଛି। ଦେବାଶିଷ ସାହୁ ନାମକ ମାଂସ ବେପାରୀଠୁ ମାଂସ କିଣିଥିଲା ପଦ୍ମଲୋଚନ ପୂର୍ତ୍ତି। ଗତ ଶୁକ୍ରବାର ଦିନ ମାଂସର ବାକି ଟଙ୍କା ପାଇଁ ଘରୁ ଘୋଷାଡି ଆଣି ଖୁଣ୍ଟରେ ବାନ୍ଧି ପଦ୍ମଲୋଚନଙ୍କୁ ବାଡେଇଥିଲା ଦେବାଶିଷ। ଶେଷରେ ଆଜି ତାଙ୍କର ମୃତ୍ୟୁ ଘଟିଛି। ବନ୍ଧମୁଣ୍ଡା ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comments are closed.