Odisha Link
Bridging the Missing Links in Odisha

ପୁରୀ ସମୁଦ୍ର କୂଳରେ ବାରହା ଆକ୍ରମଣ: ଦୁଇ ଆହତ

ପୁରୀ: ପୁରୀ ସମୁଦ୍ର କୂଳ ସଫା କରୁଥିବା ବେଳେ ଦୁଇ ଜଣ ମହିଳା ସଫେଇ କର୍ମଚାରୀ ଓ ଜଣେ ବୃଦ୍ଧଙ୍କୁ ଆକ୍ରମଣ କରିଛି ବାରହା। ଆହତ ଦୁଇ କର୍ମଚାରୀ ପ୍ରମିଳା ନାୟକ ଏବଂ ରୋହିଣୀ ନାୟକ ବୋଲି ଜଣା ପଡ଼ିଛି। ଘଟଣାଟି ଭୋର ୪ଟା ୩୦ମିନିଟ ସମୟରେ ସ୍ବର୍ଗଦ୍ବାର ନିକଟ ଭାରତ ସେବାଶ୍ରମ ଛକରେ ଘଟିଛି।

ବାରହା ପ୍ରମିଳା ଏବଂ ରୋହିଣୀଙ୍କୁ ଆକ୍ରମଣ କରିବା ପରେ ନୋଳିଆ ସାହିର ଜଣେ ବୃଦ୍ଧଙ୍କୁ ଆକ୍ରମଣ କରିଥିଲା। ଘଟଣା ପରେ ଏବେ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ପକ୍ଷରେ ଜଣେ ମହିଳା ସଫେଇ କର୍ମଚାରୀ ଏହି ଘଟଣା ପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି।

ଆମକୁ ପ୍ରଶାସନ ପକ୍ଷରୁ ଭୋର ୩ଟାରୁ ପରିମଳ କାର୍ଯ୍ୟ କରିବାକୁ କୁହାଯାଉଛି, ଯାହା ଅସୁରକ୍ଷିତ ଅଟେ। ଆମକୁ ପୂର୍ବରୁ କୁହାଯାଇଥିଲା ଯେ ମହିଳା ପରିମଳ କର୍ମଚାରୀଙ୍କୁ ବିଳମ୍ବିତ ରାତି ଏବଂ ଭୋର ସମୟରେ ପୁଲିସ ସୁରକ୍ଷା ଯୋଗାଇ ଦିଆଯିବ। ତେବେ ଏ ବାବଦରେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଆମେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିବୁ ବୋଲି ସେ କହିଛନ୍ତି।

Comments are closed.