Odisha Link
Bridging the Missing Links in Odisha

ଏନ୍‌କାଉଣ୍ଟର୍‌ ପରେ ଦିଲ୍ଲୀରୁ ୫ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ୍‌ ସହ ଗୁଳି ବିନିମୟ ପରେ ଗିରଫ ହୋଇଛନ୍ତି ୫ ସନ୍ଦିଗ୍ଧ ଆତଙ୍କବାଦୀ। ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ ନିର୍ଦ୍ଦେଶରେ ସେମାନେ ଦିଲ୍ଲୀରେ ପହଞ୍ଚିଥିବା ପୁଲିସ୍‌ ଆଗରେ ସ୍ୱୀକାର କରିଛନ୍ତି। ସୋମବାର ସକାଳେ ନୂଆଦିଲ୍ଲୀର ଶକରପୁର ଅଞ୍ଚଳରୁ ଅନ୍ୟୂନ ୫ଜଣ ଆତଙ୍କବାଦୀଙ୍କୁ ଦିଲ୍ଲୀ ପୁଲିସର ଏକ ସ୍ୱତନ୍ତ୍ର ସେଲ୍‌ ଗିରଫ କରିଛି।

ଗିରଫ ଆତଙ୍କବାଦମାନଙ୍କ ମଧ୍ୟରୁ ତିନିଜଣ ଜମ୍ମୁ ଓ କଶ୍ମୀରରୁ ଆସିଥିବା ବେଳେ ଅନ୍ୟ ଦୁଇଜଣ ଆସିଛନ୍ତି ପଞ୍ଜାବରୁ। ସ୍ପେସାଲ୍‌ ସେଲ୍‌ ଅଧିକାରୀମାନଙ୍କ ସହ ଗୁଳି ବିନିମୟ ପରେ ସମ୍ପୃକ୍ତ ଆତଙ୍କବାଦୀମାନେ ଗିରଫ ହୋଇଛନ୍ତି। ସେମାନଙ୍କ ପାଖରୁ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ଆପତ୍ତିଜନକ ସାମଗ୍ରୀ ଉଦ୍ଧାର କରାଯାଇଛି। ସେମାନଙ୍କ ଠାରୁ ପୁଲିସ ଦୁଇଟି ଅର୍ଦ୍ଧ-ସ୍ୱୟଂକ୍ରିୟ ପିସ୍ତଲ ସହ ୧୦ଟି ଅଫୁଟା ଗୁଳି ଉଦ୍ଧାର କରିଥିଲା।

Comments are closed.