Odisha Link
Bridging the Missing Links in Odisha

ଭାରତ ବନ୍ଦ ଡ଼ାକରା: ସୁରକ୍ଷା ବ୍ୟବସ୍ଥା ନେଇ କେନ୍ଦ୍ରର ପରାମର୍ଶ

ନୂଆଦିଲ୍ଲୀ: ଆସନ୍ତା କାଲି ଭାରତ ବନ୍ଦ ଡ଼ାକରା ଦେଇଛି କୃଷକ ସଂଘ। ନୂଆ କୃଷି ଆଇନ ବିରୋଧରେ ଏହି ବନ୍ଦ ଡାକରା ଦେଇଛନ୍ତି ଆନ୍ଦୋଳନରତ କୃଷକ। ତେବେ ଏହି ସମୟରେ ସତର୍କତା ଅବଲମ୍ୱନ ନେଇ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର ସରକାରଙ୍କୁ ପରାମର୍ଶ ଦେଇଛନ୍ତି କେନ୍ଦ୍ର ସରକାର।

ଭାରତ ବନ୍ଦ ସମୟରେ ରାଜ୍ୟର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ା କରିବା ନେଇ ପରାମର୍ଶ ଦେବା ସହିତ କୋଭିଡ କଟକଣାର ଯେଭଳି ସଠିକ୍ ଭାବେ ପାଳନ ହୋଇପାରିବ ସେ ନେଇ ତତ୍ପର ରହିବାକୁ ପରାମର୍ଶ ଦିଆଯାଇଛି।

ଏଥିସହିବ ଆବଶ୍ୟକ ପ୍ରତିଶେଷଧକମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ମଧ୍ୟ ଜାରି ଆଡଭାଇଜରୀରେ କୁହାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ଦେଶବ୍ୟାପୀ ପରାମର୍ଶରେ କୁହାଯାଇଛି ଯେ, ରାଜ୍ୟ ସରକାର ତଥା କେନ୍ଦ୍ର ଶାସିତ ପ୍ରଦେଶର ପ୍ରଶାସକ ସୁନିଶ୍ଚିତ କରିବା ଆବଶ୍ୟକ ଯେ କୋଭିଡ -୧୯ ଗାଇଡଲାଇନର ଯେଭଳି ସଠିକ୍ ଭାବେ ହୋଇପାରିବ। ଏବଂ ସାମାଜିକ ଦୂରତ୍ୱ ବଜାୟ ରହିବ।

ଏହା ସହିତ ଦେଶରେ ଯେଭଳି ଶାନ୍ତି ଶୃଙ୍ଖଳା ବଜାୟ ରହିବ ଏଥିଲାଗି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି। ଯାହା ଦ୍ୱାରା କୌଣସି ଅଘଟଣା ଘଟିବ ନାହିଁ।

Comments are closed.