Odisha Link
Bridging the Missing Links in Odisha

ପିପିଇ କିଟ୍ ପିନ୍ଧି ବିବାହ କଲେ ବର କନ୍ୟା, ଭିଡିଓ ଭାଇରାଲ…

ରାଜସ୍ଥାନ: କରୋନା ମହାମାରୀ ସମୟରେ ସୀମିତ ଅତିଥୀଙ୍କୁ ନେଇ ବିବାହ ଉତ୍ସବ ହେଉଥିବା ବେଳେ ଏକ ଅଦ୍ଭୁତ ବିବାହ ସାମନାକୁ ଆସିଛି। ପିପିଇ କିଟ୍ ପିନ୍ଧି ବିବାହ କରିଛନ୍ତି ବର କନ୍ୟା। ଏଭଳି ବିବାହ ରାଜସ୍ଥାନର ବାରା କେଲଓ୍ବାଡା କୋଭିଡ୍ କେନ୍ଦ୍ରରେ ହୋଇଛି। ଏହି ବିବାହ ଭିଡିଓ ଏବେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି।

ସୂଚନା ମୁତାବକ, ରାଜସ୍ଥାନର ବାରା କେଲଓ୍ବାଡା କୋଭିଡ୍ କେନ୍ଦ୍ରରେ ପିପିଇ କିଟ୍ ପିନ୍ଧି ବିବାହ ବାହାଘର ହୋଇଛି। କାରଣ ବାହାଘର ଦିନ ଝିଅ କରୋନା ପଜିଟିଭ ହୋଇଥିବା ନେଇ ରିପୋର୍ଟ ଆସିଲା। ପଜିଟିଭ ପରେ ତାଙ୍କୁ କୋଭିଡ୍ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଏହାପରେ ପିପିଇ କିଟ୍ ପିନ୍ଧି ବିବାହ କରିବାକୁ ସ୍ଥିର କରିଥିଲେ ବର କନ୍ୟା।ତେବେ ଧାର୍ଯ୍ୟ କରାଯାଇଥିବା ଦିନ ଅନୁସାରେ ପିପିଇ କିଟ୍ ପିନ୍ଧି ବର-କନ୍ୟାଙ୍କ ବାହାଘର ହୋଇଛି। ଖାଲି ବର,କନ୍ୟା ନୁହେଁ ପୁରୋହିତ ମଧ୍ୟ ପିପିଇ କିଟ୍ ପିନ୍ଧି ମନ୍ତ୍ରପାଠ ଉଚ୍ଚାରଣ କରିଥିଲେ।

ବାହାଘରର ସମସ୍ତ ବିଧିବିଧାନ ବେଳେ ବର ନିଜର ପିପିଇ କିଟ୍ ସହିତ ପଗଡି ପିନ୍ଧିଛନ୍ତି। ସେଭଳି କନ୍ୟା ମଧ୍ୟ ପିପିଇ କିଟ୍ ସହିତ ମୁହଁରେ ମାସ୍କ ଲଗାଇ ବସିଛନ୍ତି ଓ ହାତରେ ଗ୍ଲୋଭସ୍ ଲଗାଇଛନ୍ତି।ବିବାହ କରିବା ସମୟର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଏବେ ଭାଇରାଲ ହେଉଛି।

Comments are closed.