ଏବେ ନୁହେଁ ୟୁଜି, ପିଜି ପରୀକ୍ଷା

ଭୁବନେଶ୍ୱର: ଦୀର୍ଘ ନଅ ମାସ ପରେ ରାଜ୍ୟରେ କରୋନା ସଂକ୍ରମଣ କମୁଥିଲେ ବି ଏ ପର୍ଯ୍ୟନ୍ତ କୌଣସି ସ୍ଥିତିର ସୁଧାର ଆସିନାହିଁ। ଚଳିତ ବର୍ଷ କରୋନା ପାଇଁ ହେବନି କଲେଜ ଓ ବିଶ୍ୱବିଦ୍ୟାଳୟସ୍ତରୀୟ ପରୀକ୍ଷା। ଯେହେତୁ ସ୍ନାତକ ଓ ସ୍ନାତକୋତ୍ତର ପାଠ୍ୟକ୍ରମକୁ ଶ୍ରେଣୀ ଗୃହରେ ପଢ଼ାଯାଇ ନାହିଁ ସେଥିଲାଗି ସରକାର ଏପରି ଏକ ନିଷ୍ପତ୍ତି ସରକାର ନେଇଛନ୍ତି। ଶ୍ରେଣୀଗୃହ ପାଠ୍ୟକ୍ରମ ଆରମ୍ଭ ହେବା ପରେ ପରୀକ୍ଷା ନେଇ ବିଚାର କରିବାକୁ ସମସ୍ତ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଚିଠି ଲେଖି ଜଣାଇଛନ୍ତି।
କରୋନା ମହାମାରୀ କାରଣରୁ ଚଳିତ ବର୍ଷର ପାଠ ପଢ଼ା ସମ୍ପୂର୍ଣ୍ଣ ବ୍ୟାଘାତ ହୋଇଛି। ସ୍କୁଲ କଲେଜ ସବୁ ବନ୍ଦ ରହିଛି। ସବୁ କ୍ଷେତ୍ରରେ ଛାତ୍ରଛାତ୍ରୀମାନେ ଅନ୍ଲାଇନ୍ କ୍ଲାସ୍ର ସୁବିଧା ପାଇ ପାରି ନାହାନ୍ତି। ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଦେବା କଷ୍ଟକର ହୋଇପାରେ।
ତେଣୁ ୟୁଜି ଓ ପିଜି ପରୀକ୍ଷା ନକରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସବୁ ବିଶ୍ୱ ବିଦ୍ୟାଳୟର କୁଳପତିଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ସ୍କୁଲ ଖୋଲିବା ସହ ପାଠ ପଢ଼ା ଆରମ୍ଭ ହେବ ଏବଂ କୋର୍ସ ଶେଷ ହେବା ପରେ ପରୀକ୍ଷା ହେବା ଉଚିତ୍ ବୋଲି ସେ କହିଛନ୍ତି।