Odisha Link
Bridging the Missing Links in Odisha

ସ୍ପାଇକ ହଲରେ ପଶି ୨ ମହିଳା ଆହତ

ମାଲକାନଗିରି : ନକ୍ସଲଙ୍କ ସ୍ପାଇକ ହଲରେ ପଶି ଦୁଇ ମହିଳା ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣାଟି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଦନ୍ତେଵାଡା ଜିଲ୍ଲାରେ ଘଟିଛି। ଅନେକ ଥର ନକ୍ସଲ ସ୍ପାଇକ ହଲ ତିଆରି କରି ବହୁ ଗ୍ରାମବାସୀ ଏବଂ ଗାଈଗୋରୁଙ୍କୁ ଆହତ କରିସାରିଛନ୍ତି।

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ନକ୍ସଲ ଅରନପୁର ଥାନା ଅନ୍ତର୍ଗତ ହିରୋଲୀ ଗ୍ରାମ ନିକଟସ୍ଥ ଜଂଗଲରେ ସ୍ପାଇକ ହଲ ତିଆରି କରିଥିଲେ। କୌଣସି କାମରେ ଜଂଗଲରେ ବୁଲିଥିବା ସମୟରେ ଦୁଇ ମହିଳା ସ୍ପାଇକ ହଲରେ ପଡିଯାଇଥିଲେ। ଯାହାଫଳରେ ସେମାନେ ଆହତ ହୋଇଥିଲେ।

ଆହତ ଦୁଇ ଜଣ ମହିଳା ହେଲେ ସୋନାଦେଇ ଏବଂ ଯୋଗୀ କୁଞ୍ଜାମ। ପୁଲିସ ଖବର ପାଇ ତୁରନ୍ତ ଜଂଗଲରୁ ଏମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସପିଟାଲରେ ଭର୍ତ୍ତି କରିଥିଲା । ଚିକିତ୍ସା ପରେ ଦୁଇ ମହିଳା ବିପଦମୁକ୍ତ ବୋଲି ଡାକ୍ତର ପ୍ରକାଶ କରିଛନ୍ତି।

Comments are closed.