Odisha Link
Bridging the Missing Links in Odisha

ଏକାମ୍ର କ୍ଷେତ୍ର ହେବ ଭିକ୍ଷୁକମୁକ୍ତ

ଭୁବନେଶ୍ୱର: ପୁରୀ ଭଳି ଖୁବଶୀଘ୍ର ଭିକ୍ଷୁକମୁକ୍ତ ହେବ ଏକାମ୍ର କ୍ଷେତ୍ର। ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ପାଖର ନିରାଶ୍ରୟଙ୍କୁ ଥଇଥାନ କରାଯିବ। ଏକାମ୍ର ଯୋଜନାରେ ବିଏମସି ଓ ବିଡିଏ ପକ୍ଷରୁ ଏନେଇ ପଦକ୍ଷେପ ଆରମ୍ଭ ହୋଇଛି।

ଓଡ଼ିଶା ସରକାରଙ୍କ ସହାୟ ଯୋଜନାରେ ଥଇଥାନ ବ୍ୟବସ୍ଥା ହେବ। ଭିକ୍ଷୁକ ଓ ଅସହାୟମାନଙ୍କୁ ଜୀବିକା ସହାୟତା ଯୋଗାଇ ଦିଆଯିବ। ଓଲଡଟାଉନ ଅଞ୍ଚଳର ଭିକ୍ଷୁକ ଓ ବାସହୀନଙ୍କୁ ଚିହ୍ନଟ ପାଇଁ ସର୍ଭେ ଆରମ୍ଭ ହୋଇଛି। ଇଚ୍ଛୁକ ନିରାଶ୍ରୟଙ୍କୁ ଘରକୁ ଫେରିବା ପାଇଁ ସାହାର୍ଯ୍ୟ କରାଯିବ।

Comments are closed.