ଆଇପିଏସ ଗଜଭିୟେଙ୍କୁ ହାଇକୋର୍ଟରୁ ଆଶ୍ୱସ୍ତି

ଭୁବନେଶ୍ବର: ଆଇପିଏସ୍ ଅଫିସର ସତୀଶଗଳଭିୟେଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି ମିଳିଛି। ଗଜଭିୟେଙ୍କ ବିରୋଧରେ ହୋଇଥିବା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଖାରଜ ହୋଇଛି। ଗଜଭିୟେଙ୍କୁ ପଦୋନ୍ନତି ଓ ସ୍ଥଗିତ ଥିବା ସୁବିଧା ସୁଯୋଗ ଦେବା ଲାଗି ନିର୍ଦ୍ଦେଶ ଜାରି କରାଯାଇଛି। ମାଲକାନଗିରି ଏସପି ଥିବା ବେଳେ ହୋଇଥିଲା ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ନକ୍ସଲ ଅପରେସନ୍ ପୁରସ୍କାର ରାଶିକୁ ନେଇ ବିବାଦ ହୋଇଥିଲା।
ଠିକ୍ ସେହିପରି ସାରଥୀ ବାବାଙ୍କୁ ସୁରକ୍ଷା ଦେବା ନେଇ ଚର୍ଚ୍ଚାକୁ ଆସିଥିଲେ ସତୀଶ। ସାରଥୀଙ୍କ ବିରୋଧରେ ଆନ୍ଦୋଳନ କରୁଥିବା ଜନସାଧାରଣଙ୍କ ଉପରେ ଜୁଲମ କରିବା ଅଭିଯୋଗରେ କେନ୍ଦ୍ରାପଡ଼ାର ତତ୍କାଳୀନ ଏସପି ସତୀଶ ନିଲମ୍ବିତ ହୋଇଥିଲେ। ପରେ ତାଙ୍କ ଉପରୁ ନିଲମ୍ବନ ଆଦେଶ ଉଠି ଥିଲା। ତେବେ ମାଲକାନଗିରି ଏସ୍ ଥିବା ବେଳେ ହୋଇଥିବା ଅନିୟମିତତା ନେଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା। ଯାହାକୁ ନେଇ ହାଇକୋର୍ଟଙ୍କ ଉପରୋକ୍ତ ରାୟ ଆସିଛି।