Odisha Link
Bridging the Missing Links in Odisha

ଜାନୁଆରୀ ୮ରୁ ଅନ୍ତର୍ଜାତୀୟ ଚିଲିକା ପକ୍ଷୀ ମେଳା-୨୦୨୧

ପୁରୀ: ପକ୍ଷୀ ପ୍ରେମୀଙ୍କ ପାଇଁ ଖୁସି ଖବର। ଜାନୁଆରୀ ୮ ରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ଅନ୍ତର୍ଜାତୀୟ ଚିଲିକା ପକ୍ଷୀ ମେଳା। ଏହି ଚିଲିକା ପକ୍ଷୀ ମେଳା ଜାନୁଆରୀ ୧୦ ଯାଏଁ ଚାଲିବ। ଏହି ମେଳାରେ ୪୫୦ରୁ ଅଧିକ ପ୍ରଜାତିର ଲକ୍ଷାଧିକ ଦେଶୀ ଓ ବିଦେଶୀ ପକ୍ଷୀ ଦେଖିବାର ସୁଯୋଗ ମିଳିବ। ଜଙ୍ଗଲ ଓ ପରିବେଶ ବିଭାଗ ଓ ଓଡ଼ିଶା ଟୁରିଜିମର ମିଳିତ ପ୍ରୟାସରେ ଏହାର ଆୟୋଜନ କରାଯିବ।

ଶୀତ ଋତୁରେ ଋଷିଆ ସାଇବେରିଆ, ଚୀନ୍, କାଜାଖସ୍ଥାନ ଭଳି ରାଷ୍ଟ୍ରରୁ ଲକ୍ଷାଧିକ ପକ୍ଷୀ ହଜାର ହଜାର କିଲୋମିଟର ଉଡ଼ି ଚିଲିକାରେ ପହଞ୍ଚିଥାନ୍ତି। ଏଣୁ ପକ୍ଷୀପ୍ରେମୀ ଓଡ଼ିଶା ଟୁରିଜିମ୍ ୱେବସାଇଟ୍ ଜରିଆରେ ନିଜକୁ ପଞ୍ଜୀକୃତ କରି ଏ ମେଳାର ସହଭାଗୀ ହୋଇପାରିବେ ବୋଲି କହିଛନ୍ତି ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ୍‌ ଆର୍‌ ଯାଦବ କହିଛନ୍ତି।

ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ କାଲିଠୁ ଆରମ୍ଭ ହେବ ଇକୋ-ରିଟ୍ରିଟ୍। ଆଜିଠୁ ଇକୋ-ରିଟ୍ରିଟ୍‌ ଆରମ୍ଭ ହେବାକୁ ଥିବା ବେଳେଭାରତ ବନ୍ଦ ପାଇଁ ଆସନ୍ତାକାଲି ୯ ତାରିଖରେ ଏହାକୁ ଉଦ୍‌ଘାଟନ କରାଯିବା ନେଇ ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ୍‌ ଆର୍‌ ଯାଦବ କହିଛନ୍ତି। ଗତବର୍ଷ କୋଣାର୍କ ଇକୋ-ରିଟ୍ରିଟ୍‌ର ସଫଳତାକୁ ଦୃଷ୍ଟିରେ ରଖି ଏଥର ରାଜ୍ୟ ପର୍ଯ୍ୟଟନ ବିଭାଗ ପରୀକ୍ଷାମୂଳକ ଭାବେ ୫ଟି ସ୍ଥାନରେ ଇକୋ-ରିଟ୍ରିଟ୍‌ ଆୟୋଜନ କରିଛି। କରୋନା ପାଇଁ ୮ ମାସର ଲଢ଼େଇ ପରେ ରାଜ୍ୟ ପର୍ଯ୍ୟଟନରେ ଏହା ଆଶା ଜନ୍ମାଇବ ବୋଲି କୁହାଯାଉଛି।

Comments are closed.