Odisha Link
Bridging the Missing Links in Odisha

ରାଗ ଶାନ୍ତ କରିବାକୁ ୪୫୦କିମି ଚାଲିଲେ ସ୍ବାମୀ

ନୂଆଦିଲ୍ଲୀ: ପତ୍ନୀଙ୍କ ସହ ଝଗଡ଼ା କରି ନିଜ ରାଗ ଶାନ୍ତ କରିବା ପାଇଁ ୪୫୦ କି.ମି ଚାଲିଚାଲି ପଳାଇଲେ ସ୍ବାମୀ। ସାଧାରଣତଃ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଅନେକ କଥାକୁ ନେଇ କଳହ ହେବା ଏକ ସାଧାରଣ କଥା।କିନ୍ତୁ ନିଜ ରାଗ ଶାନ୍ତ କରିବାପାଇଁ ସ୍ବାମୀଙ୍କର ଏପରି କାମ ପ୍ରଥମ ଥରପଇଁ ଦେଖିବାକୁ ମିଳିଛି।

ଏହି ଘଟଣା ଇଟାଲିର କୋମୋରେ ଘଟିଛି। ଏଠାରେ ବସବାସ କରୁଥିବା ୪୮ ବର୍ଷୀୟ ବ୍ୟକ୍ତି ନିଜ ସ୍ତ୍ରୀ ସହ ଝଗଡ଼ା କରିବା ପରେ ୪୫୦ କିଲୋମିଟର ଚାଲି ଚାଲି ପଳାଇ ଯାଇଥିଲେ। ଏପରି ସେ ନିଜ ରାଗ ଶାନ୍ତ କରିବା ପାଇଁ କରିଥିବା ଜଣାପଡ଼ିଛି।

ସେ ସପ୍ତାହେ ଚାଲିବା ପରେ ଶେଷରେ ଫାନୋ ବିଚ୍‌‌ରେ ପହଞ୍ଚିଥିଲେ। ସମୁଦ୍ରକୂଳରେ ବୁଲୁଥିବା ସମୟରେ ପୁଲିସ ସନ୍ଦେହ କରି ଉକ୍ତ ବ୍ୟକ୍ତିକୁ ସେଠାରୁ ଉଠାଇ ନେଇଥିଲା। ପଚରାଉଚରା ପରେ ୪୮ବର୍ଷୀୟ ବ୍ୟକ୍ତି ଚାଲିଚାଲି ୪୫୦କିମି କାହିଁକି ଆସିଥିଲେ ତାହାକୁ ବଖାଣିଥିଲେ।

ସ୍ବାମୀ ନିଖୋଜ ଥିବା ନେଇ ଉକ୍ତ ବ୍ୟକ୍ତିଙ୍କ ସ୍ତ୍ରୀ ସପ୍ତାହେ ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ। ସେପଟେ ଲକ୍‌ଡାଉନ୍‌ ନିୟମ ଭଙ୍ଗ ଅଭିଯୋଗରେ ବ୍ୟକ୍ତିଙ୍କ ଉପରେ ୪୮୫ ଡଲାର ଫାଇନ୍‌ ଲଗାଯାଇଛି।

Comments are closed.