Odisha Link
Bridging the Missing Links in Odisha

ପୁଲିସ୍‌-ଗ୍ରାମବାସୀ ମୁହାଁମୁହିଁ

ବରଗଡ଼: ବୁର୍ଦ୍ଦା ଗାଁରେ ପୁଲିସ୍‌-ଗ୍ରାମବାସୀ ମୁହାଁମୁହିଁ ହୋଇଛନ୍ତି। ପୁଲିସ ପୂର୍ବର ଏକ ମାମଲାକୁ ନେଇ ଅଭିଯୁକ୍ତଙ୍କୁ ଧରିବାକୁ ‌ଗାଁକୁ ଯାଇଥିଲେ। ପୁଲିସକୁ ଦେଖି ଗାଁରେ ଉତ୍ତେଜନା ଦେଖାଦେଇଛି।ଗ୍ରାମବାସୀମାନେ ପୁଲିସ୍‌କୁ ଗାଁ ଭିତରକୁ ପ୍ରବେଶ କରାଇ ଦେଉନାହାନ୍ତି। ଗାଁ ଭିତରକୁ ଯିବା ରାସ୍ତାରେ ମହିଳାମାନେ ବସି ରହିଛନ୍ତି।

ବୁର୍ଦ୍ଦା ଗାଁ ପ୍ରବେଶ ପଥରେ ୪ ପ୍ଲାଟୁନ ପୁଲିସ୍‌ ମୁତୟନ ହୋଇଛନ୍ତି । ଏକ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗତ ମାସ ୧୭ ତାରିଖରେ ଭେଡେନ ଥାନା ଘେରାଉ କରିଥିଲେ ଗ୍ରାମବାସୀ ।

ଏହାକୁ ନେଇ ଉତ୍ତେଜନା ଦେଖା ଦେବା ପରେ ପୁଲିସ୍‌ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ୨୭ରୁ ଅଧିକ ଗ୍ରାମବାସୀଙ୍କ ନାଁରେ ରେ ମାମଲା ରୁଜୁ ହୋଇଥିଲା। ମାମଲାର ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ଆଜି ପୁଣି ଉତ୍ତେଜନା ଦେଖାଦେଇଛି।

Comments are closed.