Odisha Link
Bridging the Missing Links in Odisha

କୃଷକ ଆନ୍ଦୋଳନ: ରାଷ୍ଟ୍ରପତିଙ୍କୁ ଭେଟିବେ ରାହୁଲ ଗାନ୍ଧୀ, ଶରଦ ପାୱାରଙ୍କ ସହ ୫ ନେତା

ନୂଆଦିଲ୍ଲୀ: ଆଜି କୃଷି ଆଇନକୁ ନେଇ ଭାରତ ବନ୍ଦ ହୋଇଥିଲା। ଆସନ୍ତାକାଲି ବିରୋଧୀଦଳର ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଙ୍କୁ ଭେଟିବେ ବୋଲି ସୂଚନା ମିଳିଛି। ଏହି ପ୍ରତିନିଧି ମଣ୍ଡଳୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏନସିପି ମୁଖ୍ୟ ଶରଦ ପାୱାର, ସିପିଆଇ ମହାସଚିବ ସୀତାରାମ ୟେଚୁରୀଙ୍କ ସମେତ ୫ ଜଣ ନେତା ବୁଧବାର ସଂନ୍ଧ୍ୟା ୫ ଟାରେ ରାଷ୍ଟ୍ରପତିଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି।

ଏହି ପ୍ରତିନିଧି ମଣ୍ଡଳୀରେ ଅନେକ ନେତା ଥିବା ବେଳେ କୋଭିଡ-୧୯ କଟକଣା ପାଇଁ କେବଳ ୫ ଜଣ ରାଷ୍ଟ୍ରପତିଙ୍କୁ ଭେଟିବାକୁ ଅନୁମତି ମିଳିଛି। ଏନେଇ ଗଣମାଧ୍ୟମରେ ସୂଚନା ଦେଇଛନ୍ତି ସୀତାରାମ ୟେଚୁରୀ । ଅନୁମାନ କରାଯାଉଛି ଯେ ଏହି ଭେଟ ବେଳେ କୃଷି କାନୁନକୁ ନେଇ ଆଲୋଚନା ହୋଇପାରେ।

ସୂଚନାଯୋଗ୍ୟ ଯେ, କୃଷକ ମାନେ ଦୀର୍ଘ ୧୩ ଦିନ ହେବ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଛନ୍ତିା ସେମାନେ ସରକାର କୃଷି କାନୁନକୁ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଏନେଇ ଆସନ୍ତାକାଲି ସରକାର ଓ କୃଷକ ନେତା ମାନଙ୍କ ମଧ୍ୟରେ ୬ଷ୍ଠ ଥର ପାଇଁ ଆଲୋଚନା ହେବା ଯାହାକୁ ବହୁତ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି।

ପ୍ରକାଶ ଯେ, କୃଷକ ମାନେ ଆନ୍ଦୋଳନକୁ ଆସିବା ପରେ ଏପର୍ଯ୍ୟନ୍ତ ସରକାରଙ୍କ ସହ ୫ ଥର ବୈଠକ କରିସାରିଲେଣି। ହେଲେ ବୈଠକ ପରେ ବୈଠକ ଚାଲିଥିଲେ ବି କୌଣସି ନିସ୍କର୍ଷ ବାହାରିପାରୁ ନାହିଁ । କାଲି ବୈଠକ ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଆଜି ୧୪ ଜଣ କୃଷକ ନେତାଙ୍କୁ ଆଲୋଚନା ପାଇଁ ଡାକିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା।

ସଂନ୍ଧ୍ୟା ୭ ଟା ବେଳେ ଏହି ବୈଠକ ବସିବ ବୋଲି ଭାରତୀୟ କିଷାନ ସଂଗଠନର ମୁଖ୍ୟ ରାକେଶ ଟିକାୟତ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି କି ଆଜି ବି ଆମେ ଆମ ଦାବି ଉପରେ ଦୃଢ ରହିଛୁ । ଆଶା କରୁଛୁ ଯେ ଗୃହମନ୍ତ୍ରୀ ଏନେଇ କିଛି ସକାରତ୍ମକ ମନୋଭାବ ପୋଷଣ କରିବେ।

Comments are closed.