Odisha Link
Bridging the Missing Links in Odisha

ଭାରତ ପରେ ଚାଇନାର ଡିଜିଟାଲ ଷ୍ଟ୍ରାଇକ୍‌, ବ୍ୟାନ୍‌ କଲା ୧୦୪ ଆପ୍

ବେଜିଂ: ଭାରତ ପରେ ଚାଇନାର ଡିଜିଟାଲ ଷ୍ଟ୍ରାଇକ୍। ଚାଇନାକୁ ଆମେରିକାର ବିରୋଧ ପରେ ଏଭଳି ବଡ଼ ପଦକ୍ଷେପ ନେଇଛି ଚାଇନା। ମଙ୍ଗଳବାର ଚାଇନା ୧୦୪ଟି ଆପ୍‌କୁ ଆପ୍‌ ଷ୍ଟୋରରୁ ହଟାଇ ଦେଇଛି।

ବ୍ୟାନ ହୋଇଥିବା ୧୦୪ ଆପ୍‌ ମଧ୍ୟରେ ଆମେରିକାର ଗୋଟିଏ ଆପ୍‌ ଟ୍ରିପଆଡଭାଇଜର ରହିଛି। ଅନ୍ୟ ଆପଗୁଡ଼ିକ ମଧ୍ୟରେ ଅଧିକାଂଶ ଚାଇନାର ନିଜସ୍ୱ ବୋଲି ଜଣାପଡ଼ିଛି। ଇଣ୍ଟରନେଟ୍‌ରୁ ବେଆଇନ ଆପକୁ ହଟାଇବା ପାଇଁ ଚାଇନା ଏଭଳି ପଦକ୍ଷେପ ନେଇଥିବା କହିଛି ଚାଇନା।

ଟ୍ରିପଆଡଭାଇଜର ହେଉଛି ଆମେରିକାର ଗୋଟିଏ ଅନଲାଇନ ଟ୍ରାଭେଲ କମ୍ପାନୀ। ଆପକୁ ବ୍ୟବହାର କରୁଥିବା ଲୋକମାନେ କଣ୍ଟେଣ୍ଟ ତିଆରି କରି ହୋଟେଲ, ରେଷ୍ଟୁରାଣ୍ଟ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକର ତୁଳନା କରିପାରିବେ। ଏଥିସହ ଆପ୍‌ ଦ୍ୱାରା ହୋଟେଲ ବୁକିଂ ଓ ଯାତାୟାତ ପାଇଁ ଗାଡ଼ି ବୁକିଂ ହୋଇପାରିବ। ୨୦୦୦ ମସିହାରୁ ଏହା କାର୍ଯ୍ୟ କରି ଆସୁଛି। ତଥାପି ଏଭଳି ଏକ ଲୋକପ୍ରିୟ ଆପ୍‌କୁ ଚାଇନା କାହିଁକି ବ୍ୟାନ କଲା, ତାହା ଏବେ ସୁଦ୍ଧା ସ୍ପଷ୍ଟ ଜଣାପଡ଼ିନାହିଁ।

Comments are closed.