Odisha Link
Bridging the Missing Links in Odisha

ଜମ୍ମୁ-କଶ୍ମୀରରେ ଏନକାଉଣ୍ଟର: ୨ ଆତଙ୍କୀ ନିପାତ

ଶ୍ରୀନଗର: ଆଜି ସକାଳୁ ପୁଲଓ୍ବାମାର ଟିକେନ ଅଞ୍ଚଳରେ ଏକକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରେ ୨ ଆତଙ୍କବାଦୀ ନିପାତ ହୋଇଥିବା ନେଇ ଖବର ପ୍ରକାଶ ପାଇଛି। ଏବେ ବି ସ୍ଥାନୀୟ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି। ତେଣୁ ସର୍ଚ୍ଚ ଅପରେସନ ସହ ଗୁଳି ବିନିମୟ ମଧ୍ୟ ଜାରି ରହିଛି।

ଆତଙ୍କବାଦ ଦମନ ଅଭିଯାନରେ ଜମ୍ମୁ-କଶ୍ମୀର ପୁଲିସ୍‌ ସହ ସିଆରପିଏଫ ଯବାନ ସାମିଲ ହୋଇଛନ୍ତି। ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ଆଜି ଭୋର ସମୟରେ ଟିକେନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଖବର ମିଳିଥିଲା। ଏହାପରେ ପୁଲିସ୍‌ ଓ ଯବାନଙ୍କ ପକ୍ଷରୁ ମିଳିତ ଅପରେସନ ଆରମ୍ଭ ହୋଇଥିଲା।

ଆତଙ୍କବାଦୀମାନେ ଲୁଚି ରହିଥିବା ସ୍ଥାନରେ ସୁରକ୍ଷାକର୍ମୀମାନେ ପହଞ୍ଚିବା କ୍ଷଣି ଗୁଳି ବିନିମୟ ଆରମ୍ଭ ହୋଇଯାଇଥିଲା। ଏହି ଗୁଳି ବିନିମୟରେ ବର୍ତ୍ତମାନ ସୁଦ୍ଧା ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁଳି ବିନିମୟ ଜାରି ରହିଥିବାରୁ ପୁଲିସ୍‌ ପକ୍ଷରୁ ଘଟଣା ସମ୍ପର୍କରେ ଅଧିକ ସୂଚନା ଦିଆଯାଇ ନାହିଁ।

Comments are closed.