Odisha Link
Bridging the Missing Links in Odisha

ନୂଆ କର୍ମଚାରୀଙ୍କୁ କେନ୍ଦ୍ର ଦେବ ଇପିଏଫ୍

ନୂଆଦିଲ୍ଲୀ: ନୂଆ କର୍ମଚାରୀଙ୍କୁ କେନ୍ଦ୍ର ଦେବ ଇପିଏଫ୍ । ଯେଉଁ ସଂସ୍ଥା ନୂଆ ଚାକିରି ଦେବ, ସମ୍ପୃକ୍ତ କର୍ମଚାରୀଙ୍କ ଇପିଏଫ୍ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ। ଉଭୟ ଚାକିରିଆ ଓ ଚାକିରିଦାତାଙ୍କ ଭାଗ ୧୨+୧୨% ଇପିଏଫ୍ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯିବ।

୧୦୦୦ରୁ ଅଧିକ କର୍ମଚାରୀ ଓ ୧୫୦୦୦ରୁ କମ ଦରମା କର୍ମଚାରୀଙ୍କୁ ଏହି ସୁବିଧା ଦିଆଯିବ। ୫୦ରୁ କମ୍‌ କର୍ମଚାରୀ ଥିବା ସଂସ୍ଥାର ୨ ନବନିଯୁକ୍ତ କର୍ମଚାରୀଙ୍କୁ କେନ୍ଦ୍ର ସରକାର ଇପିଏଫ୍ ଦେବେ। ସେହିପରି ୫୦ରୁ ଅଧିକ କର୍ମଚାରୀ ଥିବା ସଂସ୍ଥାର ୫ ନବନିଯୁକ୍ତଙ୍କୁ କେନ୍ଦ୍ର ସରକାର ଇପିଏଫ୍ ଦେବେ। କେନ୍ଦ୍ର ୨ ବର୍ଷରେ ପିଏଫ ଭରିବାକୁ ଥିବାବେଳେ ଏ ବାବଦରେ ମୋଟ ୨୨ ହଜାର ୮୧୦ କୋଟି ଟଙ୍କା ଖର୍ଚ୍ଚ ହେବ।

Comments are closed.