Odisha Link
Bridging the Missing Links in Odisha

ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଆଜି ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଏହି ବୈଠକ ସଂଧ୍ୟା ୬ଟା ୪୫ରେ ଲୋକସେବା ଭବନରେ ଅନୁଷ୍ଠିତ ହେବ। ବୈଠକରେ ପ୍ରାୟ ୧୦ଟି ପ୍ରସ୍ତାବ ଉପରେ ଲାଗିପାରେ ମୋହର।

ସ୍ବାସ୍ଥ୍ୟ ଓ ପଞ୍ଚାୟତିରାଜ ବିଭାଗର ପ୍ରସ୍ତାବକୁ ମିଳିପାରେ ମଞ୍ଜୁରି, ଜଳସଂପଦ ବିଭାଗର ବିଭିନ୍ନ ପ୍ରସ୍ତାବରେ ବାଜିପାରେ କ୍ୟାବିନେଟ ମୋହର । ଫୁଲବାଣୀ ଓ କୋରାପୁଟରେ ମେଡିକାଲ ବିଲ୍ଡିଂ ପାଇଁ ପ୍ରାୟ ୧ ହଜାର କୋଟିର ଟେଣ୍ଡରକୁ ଅନୁମୋଦନ ଦେଇପାରେ କ୍ୟାବିନେଟ। ଏହାବାଦ୍‌ ବରଗଡ଼ରେ ଦୁଇଟି ପାନୀୟ ଜଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିପାରେ।

ତେବେ ଆସନ୍ତାକାଲିର କ୍ୟାବିନେଟ ବୈଠକରେ ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନରେ ମୋହର ଲାଗିପାରେ। ନିକଟରେ ମୁଖ୍ୟମନ୍ତ୍ରୀ ଏକାମ୍ର ଯୋଜନାର ସମୀକ୍ଷା କରିବା ସହ ଲିଙ୍ଗରାଜ ମନ୍ଦିର ଚାରିପାଖ ଅଞ୍ଚଳ ବୁଲି ଦେଖିଥିଲେ। ଏହି ସମୟରେ ସେ ମନ୍ଦିର ସେବାୟତଙ୍କ ସହ କଥା ହୋଇଥିଲେ।

ମନ୍ଦିର ଆଇନ ପାଇଁ ସେବାୟତମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁଖ୍ୟମନ୍ତ୍ରୀ ମଧ୍ୟ ଏହି ଦାବିକୁ ପୂରଣ କରିବାକୁ କଥା ଦେଇଥିଲେ। ତେଣୁ ବୁଧବାରର କ୍ୟାବିନେଟରେ ଏହି ଗୁରୁତ୍ୱପୂର୍ଣ୍ଣ ଆଇନକୁ ଅନୁମୋଦନ ମିଳିବା ସମ୍ଭାବନା ଥିବା କୁହାଯାଉଛି। କ୍ୟାବିନେଟରେ ଗୃହ, ରାଜସ୍ୱ, ଜଳସମ୍ପଦ ଓ ପୂର୍ତ୍ତ ବିଭାଗର ମୋଟ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିପାରେ।

Comments are closed.