Odisha Link
Bridging the Missing Links in Odisha

ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଜରିମନା

ଭୁବନେଶ୍ୱର: ଭୁବନେଶ୍ୱରରେ ସ୍କୁଟି ଚାଳକଙ୍କୁ ୨୬ ହଜାର ଟଙ୍କା ଜରିମନା କରାଯାଇଛି। ଫାଇନ୍‌ ଆଦାୟ କଲେ ପରିବହନ ଅଧିକାରୀ। ସ୍କୁଟି ଚାଳକ ନାବାଳକ ହୋଇଥିବା ବେଳେ, ବିନା ହେଲମେଟରେ ଅନ୍ୟଜଣକୁ ପଛରେ ବସାଇ ଯାଉଥିଲେ। ଟ୍ରାଫିକ ପୋଲିସ ଯାଞ୍ଚ ବେଳେ ଧରାପଡିଥିଲେ ଏହି ନାବାଳକ।

ଫରେଷ୍ଟ ପାର୍କ ଅଞ୍ଚଳରେ ସ୍କୁଟି ଚାଳକଙ୍କୁ ଜରିମାନା ହୋଇଛି। ତେବେ ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି। ଗତ ଫେବ୍ରୁଆରୀ ୬ରେ ଭଦ୍ରକ ଅଞ୍ଚଳରେ ଜଣେ ନାବାଳକ ରଙ୍ଗ ରୁଟ୍‌ରେ ଯାଇ ଫସିଥିଲେ । ହଜାରେ କି ଦୁଇ ହଜାର ନୁହେଁ ପ୍ରାୟ ୪୨ ହଜାର ୫ଶହ ଟଙ୍କାର କଟିଥିଲା ଚାଲାଣ‌।

ଭଣ୍ଡାରୀପୋଖରୀ ଛକ ନିକଟରେ ଗୋଟିଏ ବାଇକ୍‌ରେ ୩ ଜଣ କଲେଜ ଛାତ୍ର ଯାଉଥିବା ବେଳେ ଧରାପଡିଥିଲେ। ରଙ୍ଗ ରୁଟ୍‌ରେ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବେଳେ ଟ୍ରାଫିକ୍‌ ପୋଲିସ ଅଟକାଇ କାଗଜ ପତ୍ର ଯାଞ୍ଚ କରିଥିଲେ । ଯାହା ଆଧାରରେ ଆରଟିଓ ପକ୍ଷରୁ ମୋଟା ଅଙ୍କର ଚାଲାଣ କଟାଯାଇଛି।

ପ୍ରକାଶ ଯେ, ପରିବହନ ମନ୍ତ୍ରୀମ ମଧ୍ୟ ସୂଚନା ଦେଇସାରିଛନ୍ତି ଯେ, ପୂର୍ବ ଭଳି ଟ୍ରାଫିକ୍‌ ଚେକିଂ କଡ଼ାକଡ଼ି ହେବ। କରୋନା ପାଇଁ କଟକଣାକୁ କୋହଳ କରାଯାଇଥିଲା। ପହିଲାରୁ ବାଇକ୍‌ରେ ଏକ କାଳିନ ଦୁଇ ଜଣ ବସିଲେ ଉଭୟ ହେଲ୍‌ମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ବୋଲି କୁହାଯାଉଛି। ଏହାସହ ପୂର୍ବର ଯେଉଁ ସବୁ ନୂଆ ନିୟମ ଲାଗୁ କରାଯାଇଥିଲା ତାହା ଉପରେ କଡ଼ା ନଜର ରଖାଯିବ।

Comments are closed.