Odisha Link
Bridging the Missing Links in Odisha

କୁଳାଙ୍ଗାର ପୁଅର କଳା କାରନାମା, ବୃଦ୍ଧ ବାପାଙ୍କୁ ଲଗାଇଲା ଅଢ଼େଇ କୋଟି ଟଙ୍କାର ଚୂନା

ନୂଆଦିଲ୍ଲୀ: ବୋରିଭାଲିର ଜଣେ ୭୭ ବର୍ଷିୟ ବ୍ୟବସାୟୀ ନିଜ ପୁଅ ନାମରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ସେ ଥ‌ାନାରେ ଅଭିଯୋଗ କରି କହିଛନ୍ତି ଯେ, ତାଙ୍କ ପୁଅ ତାଙ୍କର ଜାଲି ଦସ୍ତଖତ କରି ତାଙ୍କ ନାମରେ ୨.୫ କୋଟି ଟଙ୍କା ଋଣ ଉଠାଇଛନ୍ତି। ଏନେଇ ମଧ୍ୟ ପୁଲିସ୍‌ ଏକ ମାମଲା ରୁଜୁ କରିଛି। ପୁଲିସ୍‌ ପକ୍ଷରୁ କୁହାଯାଇଛି ଯେ, ଯେତେବେଳ ଋଣ ଉଠା ଯାଇଥିଲା ବୃଦ୍ଧ ବ୍ୟବସାୟୀ ଜଣକ ସହରରେ ନଥିଲେ।

ପୁଲିସ୍‌ ସୂଚନା ମୁତାବିକ ଏହି ଜାଲିଆତି ଚଳିତବର୍ଷ ସେପ୍ଟେମ୍ବର ମାସରେ ସାମ୍ନାକୁ ଆସିଥିଲା। ଯେତେବେଳେ କି ହାଷ୍ଟିମାଲ ଜୈନ ବୋରିବଲୀର ସପିଙ୍ଗ ମଲରେ ଥିବା ନିଜର ତିନିଟି ଦୋକାନକୁ ବୁଲିବାକୁ ଯାଇଥିଲେ ଓ ବନ୍ଦ ଥିବା ଦେଖିବାକୁ ପାଇଥିଲେ। ଦୋକାନ ବନ୍ଦଥିବା ଦେଖି ସେ ଭାଙ୍ଗିପଡ଼ିଥିଲେ। ପରେ ସେ ଯେତେବେଳେ ଏନେଇ ତାଙ୍କ ୫୨ ବର୍ଷୀୟ ପୁଅ ପ୍ରମୋଦଙ୍କୁ ପଚାରିଥିଲେ ସେ କହିଥିଲେ ଯେ, ସେ ପଇସା ଦେଇ ନପାରିବାରୁ ଦୋନାକ ଗୁଡ଼ିକର ବିଦ୍ୟୁତ ଯୋଗାଣ ବିଚ୍ଛିନ୍ନ ହୋଇଯାଇଥିଲା। ଯାହାଫଳରେ ଦୋକାନର ମେଣ୍ଟେନାନ୍ସ ହୋଇ ପାରୁନଥିଲା। ସେଥିପାଇଁ ବନ୍ଦ କରି ଦେଇଛି।

ପରେ ସେ ଆହୁରି କହିଥିଲେ ଯେ, ବ୍ୟବସାୟରେ କ୍ଷତି ହୋଇଥିଲା। ଯାହାଫଳରେ ସେ ଉକ୍ତ ସମ୍ପତ୍ତି ଉପରେ ଅଢ଼େଇ କୋଟି ଟଙ୍କାର ଋଣ ନେଇଛନ୍ତି। ଯେତେବେଳେ ହାଷ୍ଟିମାଲ ବ୍ୟାଙ୍କ କାଗଜପତ୍ର ଯାଞ୍ଚ କରିଥିଲେ ସେତେବେଳେ ସେ ଜାଣିବାକୁ ପାଇଥିଲେ ଯେ, ତାଙ୍କ ଦସ୍ତଖତ ଜାଲିଆତି କରି ଏହି ଋଣ ତାଙ୍କ ପୁଅ ଉଠାଇଛି।

ପୁଲିସ୍‌ ସୂଚନା ଅନୁଯାୟୀ, ପ୍ରମୋଦ ଏହି ଋଣ ୨୦୧୯ ଅଗଷ୍ଟ ଶେଷ ସପ୍ତାହରେ ପାଇଥିଲେ। ଯେତେବେଳେକି ତାଙ୍କ ବାପା ହାଷ୍ଟିମାଲ ଏକ ଧାର୍ମିକ ସମାବେଶରେ ଯୋଗ ଦେବାକୁ ରାଜସ୍ଥାନ ଯାଇଥିଲେ। ପରେ ସେ ୨୦୨୦ ସେପ୍ଟମେର ମାସରେ ଆସିଥିଲେ।

Comments are closed.