Odisha Link
Bridging the Missing Links in Odisha

ନୂଆ ବର୍ଷ ପରେ ଖୋଲିପାରେ କଲେଜ: ଉଚ୍ଚଶିକ୍ଷା ସଚିବ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ସ୍କୁଲ କଲେଜ ବନ୍ଦ ରହିଥିବା ବେଳେ ନୂଆ ବର୍ଷ ପରେ କଲେଜ ଖେଲିପାରେ। କଲେଜ ଖୋଲିବା ନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର ଆଶା ପ୍ରକାଶ କରିଛନ୍ତି। କଲେଜ ଖୋଲି କ୍ଲାସ ହେବା ନେଇ ସେ ଆଶା ପ୍ରକାଶ କରିଛନ୍ତି।

ଏନେଇ ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର କହିଛନ୍ତି ଯେ, ନୂଆବର୍ଷରେ ଆଶା କରୁଛୁ ପିଲା କଲେଜରେ କ୍ଲାସ କରିବେ। କଲେଜ ଖୋଲିବା ନେଇ ରାଜ୍ୟ ସରକାର ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ୟୁଜି ଓ ପିିଜି ପାଇଁ ସେମିଷ୍ଟର ଘୁଞ୍ଚିବ। କ୍ଲାସରେ ୭୦/୮୦ ଦିନ ପାଠ ପଢେଇ ପରୀକ୍ଷା କରିବୁ। ଯଦି କଲେଜ ଖୋଲିବା ବିଳମ୍ବ ହେବ, ତେବେ ସିଲାବସ ହ୍ରାସ କଥା ଚିନ୍ତା କରାଯାଇପାରେ। ଅନଲାଇନ ପଢାକୁ ନେଇ ପରୀକ୍ଷା କଲେ ଫେଲ ପ୍ରତିଶତ ବଢିବ ବୋଲି ଉଚ୍ଚଶିକ୍ଷା ସଚିବ ଶାଶ୍ୱତ ମିଶ୍ର କରିଛନ୍ତି।

ପ୍ରକାଶ ଯେ, ଏବେ ୟୁଜି କିମ୍ବା ପିଜି ପରୀକ୍ଷା କରାଯିବ ନାହିଁ ବୋଲି ଗତକାଲି ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ପକ୍ଷରୁ ଚିଠି କରାଯାଇଥିଲା।  ଉଚ୍ଚଶିକ୍ଷା ସଚିବ ଲେଖିଥିବା ଉକ୍ତ ଚିଠିରେ ଉଲ୍ଲେଖ କରିଥିଲେ ଯେ, କରୋନା ସ୍ଥିତି ପାଇଁ ପିଲାଙ୍କୁ ଅନଲାଇନରେ ପାଠପଢା ଯାଉଛି। ଅନଲାଇନ ପାଠପଢାକୁ ନେଇ ଏବେ ପରୀକ୍ଷା କରିବା ଉଚିତ ହେବ ନାହିଁ। କ୍ଲାସରୁମ ପାଠପଢା ଓ ସିଲାବସ ସରିବା ପରେ ପରୀକ୍ଷାନେଇ ବିଚାର କରାଯିବ ବୋଲି ଉଚ୍ଚଶିକ୍ଷା ସଚିବ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କ ଲେଖିଥିବା ଉକ୍ତ ଚିଠିରେ ଉଲ୍ଲେଖ କରିଥିଲେ।

Comments are closed.