Odisha Link
Bridging the Missing Links in Odisha

କୃଷକ ଆନ୍ଦୋଳନ ପ୍ରସଙ୍ଗରେ ମୁହଁ ଖୋଲିଲେ କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: ନୂତନ କୃଷି ନୀତିକୁ ନେଇ କୃଷକ ମାନଙ୍କ ଆନ୍ଦୋଳନ ଦିନକୁ ଦିନ ତୀବ୍ରତର ହେଉଛି। ଅନେକ ସଙ୍ଗଠନ ଓ ରାଜନୖେତିକ ଦଳ ସେମାନଙ୍କ ସମର୍ଥନରେ ବାହାରୁଛନ୍ତି। ଏପରିକି କୃଷି ନୀତିକୁ ପ୍ରତ୍ୟାହାର କରିବା ଜିଦରେ ଅଡି ବସିଛନ୍ତି ଚାଷୀ।

ସେପଟେ ଆଜି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ତୋମାର ଏକ ସାମ୍ବାଦିକ ସମ୍ମିଳନୀରେ ଚାଷୀଙ୍କ ସହ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ବୋଲି କହିଛନ୍ତି। ସେ କହିଛନ୍ତି ଯେ ସରକାର କୃଷି ସହ ଜଡିତ ୩ଟି ଆଇନ୍ ଆଣିଥିଲେ ଯାହାଉପରେ ସଂସଦରେ ସବୁ ଦଳର ସାଂସଦ ମାନେ ନିଜ ପକ୍ଷ ରଖିଥିଲେ। ଏପରିକି ଲୋକସଭା ଓ ରାଜ୍ୟସଭାରେ ବିଲ୍ ପାରିତ ହୋଇଥିଲା।

ଦେଶ ଉତଥାନରେ କୃଷକଙ୍କ ଯୋଗଦାନ କିପରି ରହିପାରିବ ସେନେଇ ଆମେ ଚିନ୍ତା କରୁଛୁ। ଆହୁରି ମଧ୍ୟ କୃଷି ମନ୍ତ୍ରୀ ନରେନ୍ଦ୍ର ତୋମାର ଚାଷୀ ମାନଙ୍କୁ ଅପିଲ୍ କରିବା ସହ କହିଛନ୍ତି ଯେ ସରକାର ଯେଉଁ କୃଷି ନୀତି ଆଣିଛନ୍ତି ତାଉପରେ ବିଚାର କରନ୍ତୁ। ଆପଣ ମାନେ ଯେତେବେଳେ ଚାହିଁବେ ସରକାର ଆଲୋଚନା କରିବାକୁ ରାଜି ଅଛନ୍ତି ।

୨୦୦୬ରେ ସ୍ୱାମୀନାଥନ୍ ରିପୋର୍ଟ ଆସିଥିଲା ହେଲେ ଦୀର୍ଘ ଦିନର ଅପେକ୍ଷା ପରେ ଦେଢଗୁଣା ଏମଏସପି ଲାଗୁ ହୋଇପାରିଲା ନାହିଁ। ହେଲେ ମୋଦି ସରକାର ଆସିବା ପରେ ୫୦% ଲାଭରେ ଏମଏସପି ଘୋଷିତ ହୋଇଥିଲା। ଏସମ୍ପର୍କରେ କୃଷି ମନ୍ତ୍ରୀ କହିଛନ୍ତି ସରକାରଙ୍କ ପାଖରେ କୗେଣସି ପ୍ରକାରର ଅହଂଭାବ ନାହିଁ।

ଆଇନକାନୁନର ଯେଉଁ ପ୍ରାବଧନ ଉପରେ କୃଷକମାନଙ୍କର ଆପତ୍ତି ରହିଛି ତାହା ଉପରେ ସରକାର ଖୋଲାଖୋଲି ଭାବେ ଆଲୋଚନା କରିବାକୁ ପ୍ରସ୍ତୁତ ରହିଛନ୍ତି। ଏହି ଆଇନ କୌଣସି ପ୍ରକାରେ ଏମଏସପିକୁ ପ୍ରଭାବିତ କରିବ ନାହିଁ।

Comments are closed.