Odisha Link
Bridging the Missing Links in Odisha

ବେଲଗାମ ତୈଳ ଦର, ଚିନ୍ତାରେ ଖାଉଟି

ନୂଆଦିଲ୍ଲୀ: ବେଲଗାମ ତୈଳ ଦର। ଅନ୍ତ୍ରରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳଦରର ବୃଦ୍ଧି ସହ ଦିନକୁ ଦିନ ଦେଶରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ମୂଲ୍ୟ। ଯେଉଁ ହାରରେ ତେଲ ଦର ବଢ଼ୁଛି ସେମିତି ହେଲେ ଜାନୁଆରୀ ଅଧା ବେଳକୁ ପେଟ୍ରୋଲ ୯୫ ଟଙ୍କା ଛୁଇଁବ ଓ ଫେବୃଆରୀ ଶେଷ ବେଳକୁ ଶତକ ମାରିବା ଏକ ପ୍ରକାର ସୁନିଶ୍ଚିତ। ହେଲେ ତିନି ଦିନ ହେବ ତେଲ ଦର ଅପରିବର୍ତ୍ତିତ ରହିଛି। ତେଲ ଦର ବଢ଼ିବା ପରେ ଖାଦ୍ୟ ସାମଗ୍ରୀର ଦର ଦାମ ମଧ୍ୟ ବଢ଼ିଛି। ଦର ବୃଦ୍ଧି ନେଇ ଚିନ୍ତାରେ ଗ୍ରାହକ।

ଗତ ୧୮ ଦିନରେ ୧୫ ଥର ତୈଳ ଦର ବୃଦ୍ଧି ଘଟିଛି। ଅନ୍ତ୍ରରାଷ୍ଟ୍ରୀୟ ତୈଳ ଦର ସହ ଦେଶରେ ମଧ୍ୟ ବଢିବାରେ ଲାଗିଛି ପେଟ୍ରୋଲ ଓ ଡିଜେଲ ଦର। ଏବେ ଅନ୍ତର୍ଜାତୀୟ ବଜାରରେ ବ୍ରେଣ୍ଟ କ୍ରୁଡ ମୂଲ୍ୟ ୪୮.୬୨ ଡଲାର ରହିଥିବା ବେଳେ, ଗତ ଜୁନ ମାସରେ ୩୬ ଡଲାର ରହିଥିଲା। ଏଯାବତ ପେଟ୍ରୋଲ ଅଢ଼େଇ ଟଙ୍କାରୁ ଅଧିକ ମହଙ୍ଗା ହୋଇଥିବା ବେଳେ ଡିଜେଲ ତିନି ଟଙ୍କା ମହଙ୍ଗା ହୋଇଛି। ନଭେମ୍ବର ୨୦ ଠାରୁ ପେଟ୍ରୋଲ ଲିଟର ପିଛା ୨.୫୫ ଟଙ୍କା ମହଙ୍ଗା ହୋଇଥିବା ବେଳେ ଡିଜେଲ ଦାମ ଲିଟର ପିଛା ୩.୪୧ ଟଙ୍କା ବୃଦ୍ଧି ପାଇଛି।

ଦେଶର ରାଜଧାନୀ ଦିଲ୍ଲୀରେ ଡିସେମ୍ବର ୧୦ରେ ପେଟ୍ରୋଲ ଲିଟର ପିଛା ୮୩.୭୧ ଟଙ୍କା ରହିଛି। ଏଥି ସହିତ ଡିଜେଲ ଲିଟର ପିଛା ୭୩.୮୭ ଟଙ୍କା ରହିଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୦.୩୪ ପଇସା ଥିବାବେଳେ ଡିଜେଲ ଲିଟର ପିଛା ୮୦.୫୧ ପଇସା ରହିଛି। ପେଟ୍ରୋଲ ଲିଟର ପିଛା ୧.୩୭ ଟଙ୍କା ବୃଦ୍ଧି ପାଇଥିବା ବେଳେ ଡିଜେଲ ୧.୪୫ ପଇସା ବଢ଼ିଛି।

Comments are closed.