Odisha Link
Bridging the Missing Links in Odisha

ସୋନୁଙ୍କ ମହାନତା, ଗରିବଙ୍କ ପାଇଁ ନିଜ ସମ୍ପତ୍ତି ରଖିଲେ ବନ୍ଧା

ମୁମ୍ବାଇ: ଗରିବ ଲୋକଙ୍କୁ ସାହାର୍ଯ୍ୟର ହାତ ବଢାଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ସୋନୁ ସୁଦ୍ ପୁଣି ମହାନତା ଦେଖାଇଛନ୍ତି। ଗରିବଙ୍କୁ ସାହାଯ୍ୟ କରିବା ପାଇଁ ନିଜ ସମ୍ପତ୍ତି ବନ୍ଧା ରଖିଲେ ସୋନୁ। ଗରିବଙ୍କ ପାଖରେ ସବୁଦିନ ପାଇଁ ଛିଡା ହେବାକୁ ସେ ନିଷ୍ପତ୍ତି ନେଇଛନ୍ତି। ସୋନୁ ବେସାହାରା ଓ ଗରିବ ଲୋକଙ୍କ ସାହାଯ୍ୟ କରିବା ପାଇଁ ନିଜ ସମ୍ପତ୍ତି କୁ ବନ୍ଧା ପକାଇ ଦେଇଛନ୍ତି। ଯାହାର ମୂଲ୍ୟ ୧୦ କୋଟି ଟଙ୍କା।

ଯେତେବେଳେ କେହି ନିଜ ଅସୁବିଧା ସମ୍ପର୍କରେ ସୋନୁଙ୍କୁ କହିଛନ୍ତି ସୋନୁ ତାଙ୍କୁ ସାହାଯ୍ୟ କରିଛନ୍ତି। ଏତେ ଲୋକଙ୍କୁ ସାହାଯ୍ୟ କରିବାକୁ ଯେତେବେଳେ ଅଧିକା ଟଙ୍କାର ଆବଶ୍ୟକ ହେଲେ ବି ସୋନୁ ପଛକୁ ହଟି ନାହାନ୍ତି। ଶେଷରେ ଲୋକଙ୍କୁ ସାହାଯ୍ୟ କରିବାକୁ ନିଜର ଥିବା ସମ୍ପତ୍ତିକୁ ବନ୍ଧା ରଖି ଦେଲେ ସୋନୁ। ମୁମ୍ବାଇର ଜୁହୁରେ ଥିବା ତାଙ୍କର ୮ଟି ସମ୍ପତ୍ତିକୁ ବନ୍ଧା ରଖି ୧୦ କୋଟି ଟଙ୍କା ଯୋଗାଡ କରିଛନ୍ତି। ସୋନୁ ବନ୍ଧା ରଖିଥିବା ସମ୍ପତ୍ତି ଗୁଡିକ ମଧ୍ୟରେ ଦୁଇଟି ଦୋକାନ ଓ ଛଅଟି ଫ୍ଲାଟ ରହିଛି। ଏହି ଏଗ୍ରିମେଣ୍ଟ ସେପ୍ଟେମ୍ବର ୧୫ ତାରିଖରେ ହୋଇଥିଲା। ଆଉ ନଭେମ୍ବର ୨୪ରେ ଏହା ପଞ୍ଜିକୃତ ହୋଇଥିଲା। ତେବେ ଏହି ସମ୍ପତ୍ତି ବନ୍ଧା ରଖିବା ପାଇଁ ସେ ଯେଉଁ ରେଜିଷ୍ଟ୍ରେସନ କରିଥିଲେ। ସେଥିପାଇଁ ତାଙ୍କୁ ୫ ଲକ୍ଷ ଟଙ୍କା ଦେବାକୁ ପଡିଥିଲା।

ସୋନୁ ସୁଦ ଅଗଷ୍ଟ ମାସରେ ଟ୍ୱିଟରରେ ଏକ ମେସେଜ କରିଥିଲେ। ସେ ଏଥିରେ ଲେଖିଥିଲେ, ସାହାଯ୍ୟ କରିବାକୁ ମୋ ପାଖକୁ ହଜାର ହଜାର ମେସେଜ ଆସୁଛି। ହେଲେ ସବୁ ଜାଗାରେ ପହଞ୍ଚି ସାହାଯ୍ୟ କରିବା ସମ୍ଭବ ହେଉନାହିଁ। ତଥାପି ଚେଷ୍ଟା ଜାରି ରହିଛି। ଆଉ ଯାହା ମେସେଜ ଦେଖି ହେଉନି ସେମାନଙ୍କୁ କ୍ଷମା ମାଗୁଛି। ଲକଡାଉନ ବେଳେ ପ୍ରବାସୀଙ୍କୁ ସାହାଯ୍ୟ କରି ଏହି ଅଭିଯାନ ଆରମ୍ଭ କରିଥିଲେ ସୋନୁ ସୁଦ। ବର୍ତ୍ତମାନ ଗରିବ ଅସହାୟ ଲୋକଙ୍କ ଚିକିତ୍ସା ସହ ପିଲାଙ୍କୁ ପାଠ ପଢାଇବାରେ ମଧ୍ୟ ସାହାଯ୍ୟ କରୁଛନ୍ତି ସୋନୁ। ସେଥିପାଇଁ ତାଙ୍କୁ ଶ୍ରମିକଙ୍କ ଭଗବାନ ବୋଲି କୁହାଯାଉଛି।

Comments are closed.