Odisha Link
Bridging the Missing Links in Odisha

ବୁଦା ଭିତରୁ ଉଦ୍ଧାର ହେଲେ ୩ଶିଶୁ

ଢେଙ୍କାନାଳ : ବୁଦାଭିତରୁ ଆଜି ୩ ଶିଶୁଙ୍କୁ ଉଦ୍ଧାର କରାଯାଇଛି। ଶିଶୁ ମାନେ ଅସହାୟ ଅବସ୍ଥାରେ ପଡ଼ିଥିବାର ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ। ଏପରି ଏକ ଅଭାବନୀୟ ଘଟଣା ଘଟିଛି କିଛି ଦିନ ଢେଙ୍କାନାଳ ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ଦକ୍ଷିଣକାଳୀ ମନ୍ଦିର ନିକଟରେ।

ସୂଚନାଅନୁସାରେ, ୩ ଭାଇଭଉଣୀଙ୍କୁ ତାଙ୍କ ପିଲା ନିଧୁମ ମାଡ଼ ମାରୁଥିଲେ। ଫଳରେ ନିର୍ଯତନା ସହି ନପାରି ଘର ଛାଡ଼ି ପଳାଇଥିଲେ। ରାସ୍ତାରେ ବୁଲାଲି କରିମାଗି ଯାଚି ଖାଇ ଥିଲେ। ରାତି ହେଲେ ବୁଦା ମୂଳେ ଶୋଇଲେ।

ଅସହ୍ୟ ଥଣ୍ଡାରେ ଥରଥର ହେଉଥିବା ସତ୍ତ୍ୱେ ଏହି ଭାଉଭଉଣୀମାନେ ଘରକୁ ଯିବାକୁ ରାଜି ନଥିଲେ। କିନ୍ତୁ ପୁଲିସ୍‌ ସେମାନଙ୍କୁ ଉଦ୍ଧାର କି ବୁଝାଶୁଝା କରି ସେମାନଙ୍କ ମା’ ଜିମା ଦେଇଥିବା ସୂଚନାମିଳିଛି।

Comments are closed.