Odisha Link
Bridging the Missing Links in Odisha

ଲକ୍ଷାଧିକ ଟଙ୍କାର କାଠ ଜବତ

ଆନନ୍ଦପୁର: ଲକ୍ଷାଧିକ ଟଙ୍କାର କାଠ ଜବତ କରିଛି ପୁଲିସ। କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡର ଚମ୍ପାପାଳ ଗାଁରେ ଘଷିପୁରା ପୁଲିସ୍ ଓ ଦେଓଗାଁ ବନ ବିଭାଗର ମିଳିତ ଚଢଉ ହୋଇଥିବାର ଖବର ମିଳିଛି।

ସୂଚନା ଅନୁଯାୟୀ, ଆଜି ସକାଳୁ ବିଶେଷ ସୂତ୍ରରୁ ଖବର ପାଇ ଦେଓଗାଁ ବନ ବିଭାଗ ଓ ଘଷିପୁରା ଥାନା ପୁଲିସର ଏକ ଟିମ୍ ଚମ୍ପାପାଳ ଗାଁରେ ଚଢଉ କରିଥିଲା। ଅନେକ ସମୟରେ ଏହି ଗାଁରେ ଚୋରା କାଠ କାରବାରର ଅଭିଯୋଗ ହେଇ ଆସୁଥିଲା। ତେବେ ଆଜି ବନ ବିଭାଗ ଓ ପୁଲିସକୁ ଏକ ବଡ଼ ସଫଳତା ମିଳିଛି।

Comments are closed.