୬ ଜଣ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା: ଆଜି କାମପୁର ଠାରେ ୬ ଜଣ ଦାଦନ ଶ୍ରମିକ ଉଦ୍ଧାର ହୋଇଛନ୍ତି। ପୁଲିସ ଅତର୍କିତ ଭାବେ ଚଢ଼ାଉ କରି ଦାଦନ ଶ୍ରମିକମାନଙ୍କୁ ଉଦ୍ଧାର କରିଥିବା ବେଳେ ଏମାନଙ୍କୁ ହାଇଦ୍ରାବାଦ୍ ନେବା ପାଇଁ ଯୋଜନା କରିଥିବା ଦଲାଲକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲେ ନରେନ୍ଦ୍ର ପଟେଲ (୨୫)।
ପୁଲିସ ସୂଚନା ଅନୁଯାଇ ଗୁରୁବାର ରାତିରେ ୬ ଜଣ ଦାଦନ ଶ୍ରମିକ ବିଜୟବାଡ଼ା ଯିବା ପାଇଁ ଦଲାଲ ସହ କାମପୁର ଠାରେ ବସ୍କୁ ଅପେକ୍ଷା କରିଥିଲେ। ବୋଡ଼େନ ପୁଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇଁ କାମପୁର ଛକରେ ଥିବା ଶ୍ରମିକ ଉପରେ ଚଢ଼ାଉ କରିଥିଲା। ସେଠାରୁ ପୁଲିସ କୋମନା ବ୍ଳକର ୨ ଜଣ, ବୋଡ଼େନ ବ୍ଳକ କର୍ଲାକୋଟର ୨ଜଣ ଓ କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାର ୨ ଜଣଙ୍କୁ ଉଦ୍ଧାର କରି ଥିଲା।