Odisha Link
Bridging the Missing Links in Odisha

ରିମାଣ୍ଡରେ ଯିବେ ଡି’ ବ୍ରଦର୍ସ

ଭୁବନେଶ୍ଵର: ରିମାଣ୍ଡରେ ଯିବେ ଡି’ ବ୍ରଦର୍ସ। କୁଖ୍ୟାତ ଅପରାଧୀ ଡି ବ୍ରଦର୍ସ ଜେଲ୍‌ ଭିତରେ ରହି ମଧ୍ୟ ନିଜର ଅପରାଧିକ ସାମ୍ରାଜ୍ୟ ଜାରି ରଖିଥିଲା। ସହଯୋଗୀଙ୍କ ଜରିଆରେ ବିହାରରୁ ବନ୍ଧୁକ ମଗାଇ କାରବାର କରିବା ସହ ଦାଦା ବଟି ଆଦାୟ କରୁଥିଲା। ଏଡିମାମଲାରେ ଅଧିକ ଜେରା ପାଇଁ ଧଳସାମନ୍ତ ବ୍ରଦର୍ସଙ୍କୁ ରିମାଣ୍ଡରେ ନେବ କମିଶନରେଟ୍ ପୋଲିସ। ଏନେଇ ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସଧାଂଶୁ ଷଡଙ୍ଗୀ।

ସେ କହିଛନ୍ତି ଯେ, ଡି ବ୍ରଦର୍ସଙ୍କୁ ପୋଲିସ କମିଶନରେଟ୍ ରିମାଣ୍ଡରେ ନେବ। ଡି ବ୍ରଦର୍ସଙ୍କୁ ଅଧିକ ପଚରାଉଚୁରା କରାଯିବ। କାଲିର ଚଢାରେ ୧୬ଟି ଚୋରା ବନ୍ଧୁକ, ୧୦୯୫ ଗୁଳି ଜବତ ହୋଇଥିଲା। ଘର ଭିତରେ ଇଣ୍ଟେରିୟର ଡିଜାଇନ ଭିତରେ ଲୁଚାଇ ରଖିଥିଲେ ବନ୍ଧୁକ। ବିହାରର ମୁଙ୍ଗେରରୁ ଚୋରା ବନ୍ଧୁକ ଆସୁଥିବା ତଦନ୍ତରୁ ଜଣା ପଡିଛି। ଅପରାଧୀ ପ୍ରକାଶ ବେହେରା ଗିରଫ ହେବା ପରେ ଜେରା ବେଳେ ଏହି ତଥ୍ୟ ଦେଇଛି। ପ୍ରକାଶ ବେହେରାର ତଥ୍ୟ ଆଧାରରେ ଚଢାଉ କରି ଧରା ଯାଇଛି।

ଡିବ୍ରଦସର୍ସ ଲିଙ୍କ୍‌ରେ ୮ ଜଣଙ୍କୁ ଗିରଫ କରାଯିବା ସହ ୪ ବାଇକ ଜବତ ହୋଇଛି। ଜେଲ୍‌ରେ ଥାଇ ଅପରାଧ କରୁଛି ସେ। ସହଯୋଗୀ ଜରିଆରେ ଆଦାୟ କରୁଛି ଦାଦା ବଟି। ସରୋଜ ସେଠୀ ବନ୍ଧୁକ ଦେଇଥିବା ପ୍ରକାଶ ବେହେରା କହିଥିବା ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗୁତକାଲି କୁଖ୍ୟାତ ଅପରାଧୀ ଧଳସାମନ୍ତଙ୍କ ସିଡିଏ ସ୍ଥିତ ବାସଭବନ ଉପରେ ଚଢ଼ାଉ କରାଯାଇଥିଲା। ଏଥିରେ ପୁଲିସ ୩ ଜଣଙ୍କୁ ଅଟକ ରଖିଥିଲା। ଡି. ବ୍ରଦର୍ସଙ୍କ ଘରୁ ୫ ଶହ ରାଉଣ୍ଡ ଗୁଳି ଜବତ ହୋଇଥିବା ଡିସିପି ଅଖିଳେଶ୍ଵର ସିଂହ ସୂଚନା ଦେଇଥିଲେ। ଗୋଟିଏ ସିଲ୍ ବାକ୍ସ ଭିତରୁ ୫ ଶହ ରାଉଣ୍ଡ ଗୁଳି ଜବତ ହୋଇଥିଲା। ୭ଟି ବନ୍ଧୁକ ଓ ଏକାଧିକ ମୋବାଇଲ ମଧ୍ୟ ଜବତ କରାଯାଇଥିଲା।

Comments are closed.