Odisha Link
Bridging the Missing Links in Odisha

ଭୁବନେଶ୍ବର କଳିଙ୍ଗବିହାରରେ ଗୁଳିକାଣ୍ଡ

ଭୁବନେଶ୍ବର: ଦିନ ଦ୍ୱିପ୍ରହରରେ ରାଜଧାନୀରେ ଫୁଟିଲା ଗୁଳି। ଭୁବନେଶ୍ୱର ଉପକଣ୍ଠ କଳିଙ୍ଗବିହାରରେ ଗୁଳିମାଡ଼। ଜଣେ ଜେଲ ଫେରନ୍ତାଙ୍କୁ ଟାର୍ଗେଟ କରି ଗୁଳିକଲେ ଦୁର୍ବୃତ୍ତ। ଗୋଟିଏ ବାଇକରେ ୩ ଜଣ ଦୁର୍ବୃତ୍ତ ଆସି ୪ ରାଉଣ୍ଡ ଫାୟାରିଂ କଲେ।

କଳିଙ୍ଗବିହାର ଲକ୍ଷ୍ମୀ ମଣ୍ଡପ ସାମ୍ନାରେ ଘଟିଛି ଘଟଣା। ଜାମିନରେ ଆସିଥିବା ଅଭିଯୁକ୍ତକୁ ଲକ୍ଷ୍ୟ କରି ଗୁଳିମାଡ। ସୌଭାଗ୍ୟବଶତ ଅଳ୍ପକେ ବର୍ତ୍ତିଲେ ଅଭିଯୁକ୍ତ। ତେବେ କାହିଁକି ଓ କଣ ପାଇଁ ଗୁଳିମାଡ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ପ୍ରମାଣ ନଷ୍ଟ କିମ୍ବା ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା ସନ୍ଦେହ। ଘଟଣାସ୍ଥଳରୁ ଖୋକା ଜବତ କଲା ତମାଣ୍ଡୋ ଥାନା ପୋଲିସ ।

Comments are closed.