Odisha Link
Bridging the Missing Links in Odisha

କମିଲା ସୁନା ଦର, ଜାଣନ୍ତୁ କେତେ…

ନୂଆଦିଲ୍ଲୀ: ଗତ ୨ ଦିନ ହେବ ସୁନା ଦରରେ ହ୍ରାସ ଘଟିଛି। ନିବେଶକମାନେ ସୁନାରୁ ନିବେଶ ପ୍ରତ୍ୟାହାର କରୁଥିବାରୁ ସୁନା ଦରରେ ହ୍ରାସ ଘଟିଛି। ଶୁକ୍ରବାର ସୁନା ୧୦ ଗ୍ରାମ୍ ପ୍ରତି ୦.୧୩ ପ୍ରତିଶତ ହ୍ରାସ ପାଇ ୪୯ ହଜାର ୦୧୫ ଟଙ୍କାରେ ପହଁଞ୍ଚିଛି।

ମଲଟି କମୋଡିଟି ଏକ୍ସଚେଞ୍ଜ୍ରେ ଫେବ୍ରୁଆରୀ ୨୦୨୧ରେ ଆମଦାନୀ ହେବାକୁ ଥିବା ସୁନାର ଦାମ୍ ୬୨ ଟଙ୍କା ଅର୍ଥାତ ୦.୧୩ ପ୍ରତିଶତ ହ୍ରାସ ପାଇଛି। ସୁନା ଦର ଏବେ ୧୦ ଗ୍ରାମ୍ ପିଛା ୪୯,୦୧୫ ଟଙ୍କା ରହିଛି। ନ୍ୟୁୟର୍କରେ ସୁନା ୦.୦୧ ପ୍ରତିଶତ ହ୍ରାସ ପାଇ ଆଉନ୍ସ ପିଛା ୧୮୩୭.୨୦ ଡଲାର ରହିଛି। ଇଣ୍ଡିଆ ବୁଲିୟନ ଆଣ୍ଡ୍ ଜ୍ୱେଲର୍ସ ଆସୋସିଏସନର ଓ୍ୱେବସାଇଟ୍ ଅନୁସାରେ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୪୯,୦୪୬ ହୋଇଯାଇଛି। ସେହିପରି ରୁପାର ଦାମ୍ କେଜି ପିଛା ରହିଛି ୬୨୨୩୨ ଟଙ୍କା।

୨୪ କ୍ୟାରେଟ୍ ବିଶିଷ୍ଟ ସୁନାର ଦାମ୍ ୧୦ ଗ୍ରାମ୍ ପ୍ରତି ୪୯୦୪୬ ଥିବା ବେଳେ ୨୨ କ୍ୟାରେଟର ଦାମ୍ ରହିଛି ୪୪୯୨୬ ଟଙ୍କା। ୨୩ କ୍ୟାରେଟ୍ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୪୮୮୫୦ ଟଙ୍କା ଥିବା ବେଳେ ୧୮ କ୍ୟାରେଟର ଦାମ୍ ୩୬୭୮୫ ଟଙ୍କା ଓ ୧୪ କ୍ୟାରେଟର ଦାମ୍ ୨୮୬୯୨ ଟଙ୍କା ଅଛି।

Comments are closed.