Odisha Link
Bridging the Missing Links in Odisha

କୋର୍ଟରେ ହାଜର ହେଲେ ପାଠକ ବାପ ଓ ପୁଅ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିବା ଅଭୟକାନ୍ତ ପାଠକ ଓ ଆକାଶ ପାଠକ ଆଜି କୋର୍ଟରେ ହାଜର ହୋଇଛନ୍ତି। ଉଭୟଙ୍କୁ ଏସଡିଜେଏମ୍ କୋର୍ଟରେ ହାଜର କରାଯାଇଛି। ଭିଜିଲାନ୍ସ ମାମଲାରେ ସେମାନଙ୍କୁ ଭୁବନେଶ୍ୱରର ଝାରପଡ଼ାରେ ଜେଲରେ ରଖାଯାଇଥିଲା।

୧୪ ଦିନ ପାଇଁ ଦୁହେଁ ବିଚାର ବିଭାଗୀୟ ହାଜତକୁ ଯାଇଥିଲେ। ତେବେ କୋର୍ଟରେ ଉପସ୍ଥିତ ହୋଇ ଆକାଶ ନିଜର ବୟାନ ରଖିଛନ୍ତି। ସେ କହିଛନ୍ତି ଯେ, ତାଙ୍କ ପାଖରେ ସମସ୍ତ ପ୍ରମାଣ ଅଛି, ସେ କାହାକୁ ଠକିନାହାନ୍ତି ।

ପ୍ରକାଶ ଯେ, ପାଠକ ବାପା-ପୁଅ ଘଟଣାର ଅଡୁଆ ଏବେ ବଢିବାରେ ଲାଗିଛି। ପ୍ରଥମେ ଭିଜିଲାନ୍ସ, କ୍ରାଇମବ୍ରାଞ୍ଚ, ଆୟକର ବିଭାଗ ଓ ଏବେ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଅଭିଯୁକ୍ତଙ୍କ ବିରୁଦ୍ଧରେ ଇଡି ମାମଲା ରୁଜୁ କରିଛି। ସେପଟେ କମିଶନରେଟ ପୋଲିସ ମଧ୍ୟ ପୁରୁଣା କେସର ଖୋଳତାଡ ଆରମ୍ଭ କରିଦେଇଛି।

ବ୍ୟାଙ୍କରୁ ତଥ୍ୟ ମାଗି ୩ ଅଭିଯୁକ୍ତକୁ ଜେରା କରିବା ପାଇଁ କୋର୍ଟରେ ଆବେଦନ କରିବ। କୋର୍ଟରୁ ଅନୁମତି ପରେ ସେମାନଙ୍କୁ ଜେଲ ଅଥବା ଇଡି ଅଫିସକୁ ଆଣି ଜେରା କରାଯିବ। ଏମାନଙ୍କ ସହ ଯେଉଁ ମାନଙ୍କର ଲିଙ୍କ ରହିଛି ସେମାନଙ୍କୁ ମଧ୍ୟ ପଚରା ଉଚରା କରାଯିବ। ବେଆଇନ ଆର୍ଥିକ କାରବାରର ପ୍ରମାଣ ମିଳିଲେ ସମ୍ପତ୍ତି ବାଜ୍ୟାପ୍ତି କରିବାକୁ କୋର୍ଟରେ ଆବେଦନ କରାଯିବ।

Comments are closed.