Odisha Link
Bridging the Missing Links in Odisha

ମାଓବାଦୀଙ୍କୁ ପୋଲିସ ଡିଜି ଅଭୟଙ୍କ ଆହ୍ୱାନ

କଟକ: ହିଂସାର ବାଟ ଛାଡ଼ି ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବାକୁ ମାଓବାଦୀଙ୍କୁ ଆହ୍ୱାନ ଦେଲେ ପୋଲିସ ଡିଜି। ଏଥିପାଇଁ ସରକାରଙ୍କ ପକ୍ଷରୁ ବହୁ ସୁବିଧା ସୁଯୋଗ ରହିଥିବା କହିଛନ୍ତି ଡିଜିପି ।

ସେପଟେ ଗତ ୧୧ ତାରିଖରେ କନ୍ଧମାଳ ଗୋଛାପଡା ଥାନା ଅଞ୍ଚଳରେ ଏସଓଜି ଯବାନ୍ ଏବଂ ମାଓବାଦୀଙ୍କ ମୁହାମୁହିଁକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଜିପି । ଯବାନ୍ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଜଣେ କ୍ୟାଡର ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି ଡିଜିପି ।

ମାଓ ୟୁନିଫର୍ମ ପିନ୍ଧିଥିବା ଅବସ୍ଥାରେ ମହିଳା ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଘଟଣା ସ୍ଥଳରୁ ଦୁଇଟି ବନ୍ଧୁକ ଏବଂ ଚାରି ରାଉଣ୍ଡ ଗୁଳି ଜବତ କରାଯାଇଛି । ସେଠାରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଥିବା କହିଛନ୍ତି ଡିଜିପି।

Comments are closed.