Odisha Link
Bridging the Missing Links in Odisha

ମହଙ୍ଗା ପଡ଼ିଲା ଦ୍ବିତୀୟ ବିବାହ; ବାହା ବେଦୀରୁ ଜେଲ୍‌ ଗଲା ବର

କଟକ: ଶିଶୁପାଳ ବରର ବରିଣତି। ବିବାହ ବେଦୀରୁ ଜେଲ୍‌। ମହଙ୍ଗା ପଡ଼ିଲା ଦ୍ବିତୀୟ ବିବାହ। ପ୍ରଥମ ପତ୍ନୀଙ୍କୁ ଆଇନ ଅନୁଯାୟୀ ଛାଡ଼ପତ୍ର ନଦେଇ ଦ୍ବିତୀୟ ବିବାହ କରୁଥିଲେ ଯୁବକ। ବିବାହ ସମୟରେ ବେଦୀରେ ପ୍ରଥପ ପତ୍ନୀ‌ ସହ ପୋଲିସର ଚଢ଼ାଉ। ସ୍ୱାମୀ ଦ୍ଵିତୀୟ ବିବାହ କରୁଥିବା ଖବର ପାଇ ପ୍ରଥମ ପତ୍ନୀ କଟକ ମଧୂପାଟଣା ଥାନା ପୋଲିସକୁ ନେଇ ପହଞ୍ଚି ଯାଇଥିଲେ ବାହାଘର ହେଉଥିବା ସାର୍ତ୍ତଳ ଚଣ୍ଡୀ ମନ୍ଦିରରେ। ପୋଲିସ୍ ଚଢ଼ାଉ ପରେ ସତ ଉଗାଳିଥିଲା ବର। ପରେ ପୋଲିସର ପଚରାଉଚରାରେ ନିଜର ଅସୁବିଧାକୁ ସୁଧାରିବାକୁ ଯାଇ ଦ୍ବିତୀୟ ବିବାହ କରୁଥିବା ପ୍ରକାଶ କରିଥିଲେ ଅଭିଯୁକ୍ତ ବର ପ୍ରକାଶ ସାମଲ।

ପ୍ରକାଶ ଯେ, କଟକ ମାହାଙ୍ଗା ଥାନା ଅନ୍ତର୍ଗତ ଭଦ୍ରେଶ୍ୱର ଚକରପୁର ଗ୍ରାମର କୁଳମଣି ସାମଲଙ୍କ ପୁଅ ପ୍ରକାଶ ସାମଲ ୨୦୦୭ ରେ ବୈଦିକ ରୀତିନୀତିରେ ସେହି ଗ୍ରାମର ଜୟନ୍ତୀ ସାମଲଙ୍କୁ ପ୍ରେମବିବାହ କରିଥିଲେ। ବାହାଘରର ୧୨ ବର୍ଷ ପରେ ଏକ ପୁତ୍ର ସନ୍ତାନ ଜନ୍ମ ନେଇଥିଲା। ସବୁ ଠିକଠାକ୍ ଚାଲିଥିଲାବେଳେ ବେଳେବେଳେ ଉଭୟଙ୍କ ମଧ୍ୟରେ କଳିକଜିଆ ହୋଇଥିଲା। ବାରମ୍ବାର ସମାଧାନର ବାଟ କାଢିଵାକୁ ଚାହୁଁଥିଲେ ବି ତାହା ସମ୍ଭବ ହୋଇପାରୁ ନ ଥିଲା।

ଶେଷରେ ତାଙ୍କୁ କଟକ ସଦର ଥାନା ଉଷୁମାଠାରେ ଘରଭଡା ନେଇ ରଖିଥିଲେ। ସେଠାରେ ମଧ୍ୟ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଇ କିଛି ଟଙ୍କା ଧାର୍ ସୁତ୍ରରେ ନେଇ ଏକ ହୋଟେଲ୍ କରିଥିଲେ। ହେଲେ ଅନ୍ୟ ଝିଅ ସହ ସମ୍ପର୍କ ରଖିଥିବା ମଧ୍ୟ ଅଭିଯୋଗ କରିଛନ୍ତି ବରର ଦ୍ଵିତୀୟ ପତ୍ନୀ। ତେବେ ଘଟଣା ସ୍ଥଳରେ ପୋଲିସ୍ ଆଗରେ ନିଜ ସ୍ୱାମୀ ର କାରନାମା ବିଷୟରେ ସବୁ ବଖାଣିଥିଲେ ପ୍ରଥମ ପତ୍ନୀ। ତଦନ୍ତ ଆଗକୁ ଗଲେ ଜଣାପଡିବ କାହାର କେତେ ଭୁଲ । ହେଲେ ଦୁଇଟି ଝିଅଙ୍କ ଜୀବନ ସହିତ ଖେଳ ଖେଳୁଥିବା ପ୍ରକାଶକୁ ଦଫାକର ଦୃଷ୍ଟାନ୍ତମୂଳକ ଦଣ୍ଡ ।

Comments are closed.