Odisha Link
Bridging the Missing Links in Odisha

ଗ୍ଲୋବାଲ ଏସିଆନ୍ ସେଲିବ୍ରିଟି ୨୦୨୦ ତାଲିକାର ଶୀର୍ଷରେ ସୋନୁ ସୁଦ୍

ମୁମ୍ବାଇ: ରିଲ୍ ହିରୋ ନୁହେଁ ବରଂ ରିୟଲ ହିରୋ ସୋନୁ ସୁଦଙ୍କୁ ନେଇ ଏବେ ଚର୍ଚ୍ଚା ଲାଗି ରହୁଛି।। ଲକ୍ ଡାଉନ୍ ସମୟରେ ଅସହାୟ ଲୋକଙ୍କୁ ସାହାଯ୍ୟ କରି ସୋନୁ ସୁଦ୍ ଅସହାୟ ଲୋକଙ୍କ ପାଇଁ ପାଲଟି ଯାଇଛନ୍ତି ଭଗବାନ। ଏଥସହ ସୋନୁ ସୁଦ୍‌ଙ୍କ ନାଁ ଗ୍ଲୋବାଲ ଏସିଆନ୍ ସେଲିବ୍ରିଟି ୨୦୨୦ ତାଲିକାରେ ଶୀର୍ଷ ସ୍ଥାନରେ ରହିଛି। ବଲିଉଡ୍‌ର ବହୁ ସେଲିବ୍ରିଟିଙ୍କୁ ପଛରେ ପକାଇ ସେ ଏହି ସ୍ଥାନ ଅଧିକାର କରିଛନ୍ତି। ବ୍ରିଟେନର ସାପ୍ତାହିକ ଖବରକାଗଜ ‘ଇଷ୍ଟର୍ଣ୍ଣ ଆଇ’ ଦ୍ବାରା ପ୍ରକାଶିତ ‘ବିଶ୍ବର ୫୦ ଏସିଆନ୍ ସେଲିବ୍ରିଟି’ ତାଲିକାରେ ବଲିଉଡ୍ ଅଭିନେତା ସୋନୁ ସୁଦ୍ ଶୀର୍ଷ ସ୍ଥାନ ହାସଲ କରିଛନ୍ତି।

ସୂଚନା ମୁତାବକ, ଗ୍ଲୋବାଲ ଏସିଆନ୍ ସେଲିବ୍ରିଟି ୨୦୨୦ ତାଲିକାରେ ସେହି କଳାକାରଙ୍କୁ ସମ୍ମାନିତ କରାଯାଇଛି ଯେଉଁମାନେ ନିଜ କାମ ମାଧ୍ୟମରେ ସମାଜରେ ସକାରାତ୍ମକ ଛାପ ଛାଡିଛନ୍ତି ଏବଂ ଲୋକମାନଙ୍କ ପାଇଁ ପ୍ରେରଣା ହୋଇପାରିଛନ୍ତି। ଏହି ସମ୍ମାନ ପାଇଁ କୃତଜ୍ଞତା ଜଣାଇ ସୋନୁ ସୁଦ୍‌ କହିଛନ୍ତି, ମହାମାରୀ ସମୟରେ ମୁଁ ଅନୁଭବ କଲି ଯେ, ‘ମୋ ଦେଶର ଲୋକଙ୍କୁ ସାହାଯ୍ୟ କରିବା ମୋର କର୍ତ୍ତବ୍ୟ।’ କୋଭିଡ୍-୧୯ ଲକଡାଉନ୍ ସମୟରେ, ସୋନୁ ସୁଦ୍‌ ଭାରତୀୟ ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ପଠାଇବାରେ ସାହାଯ୍ୟ କରିଥିଲେ, ଯେଉଁଥିପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି।

ଗ୍ଲୋବାଲ ଏସିଆନ୍ ସେଲିବ୍ରିଟି ୨୦୨୦ ତାଲିକାରେ ଅରମାନ ମଲିକ ୫ମ ସ୍ଥାନରେ ଅଛନ୍ତି। ପ୍ରିୟଙ୍କା ଚୋପ୍ରା ଜୋନାସ ୬ଷ୍ଠ ସ୍ଥାନରେ,ତେଲୁଗୁ ସୁପରଷ୍ଟାର ପ୍ରଭାସ ୭ମ ସ୍ଥାନରେ, ଆୟୁଷ୍ମାନ ଖୁରାନା ଏକାଦଶ ସ୍ଥାନରେ ଅଛନ୍ତି। ଏଥିସହ ଦିଲଜିତ ଦୋସାଞ୍ଜ ୧୪ତମ ସ୍ଥାନରେ, ଶେହନାଜ ଗିଲ ୧୬ତମ ସ୍ଥାନରେ, ଅମିତାଭ ବଚ୍ଚନ ୨୦ତମ ସ୍ଥାନରେ, ପଙ୍କଜ ତ୍ରିପାଠୀ ୨୩ତମ ସ୍ଥାନରେ ଅଛନ୍ତି।

ଆସିମ୍ ରିଆଜ୍ ୨୫ତମ ସ୍ଥାନରେ ଅଛନ୍ତି। ଡିଜାଇନର୍ ମସାବା ଗୁପ୍ତା ୩୨ତମ ସ୍ଥାନରେ, ହାସ୍ୟ ଅଭିନେତା ସାଲୋନି ଗୌର ୩୬ତମ ସ୍ଥାନରେ, ଧ୍ବନି ଭାନୁଶାଲୀ ୪୨ତମ ସ୍ଥାନରେ, ହେଲି ଶାହା ୪୭ତମ ସ୍ଥାନରେ, ଅନୁଷ୍କା ଶଙ୍କର ୫୦ର ସ୍ଥାନରେ ଅଛନ୍ତି।

Comments are closed.