Odisha Link
Bridging the Missing Links in Odisha

ବିବାହ ବନ୍ଧନରେ ବାନ୍ଧି ହେଲେ କଣ୍ଠଶିଳ୍ପୀ ଦିପ୍ତୀରେଖା

ଭୁବନେଶ୍ବର: ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ ଜଗତର ସୁପ୍ରସିଦ୍ଧ କଣ୍ଠଶିଳ୍ପୀ ଦିପ୍ତୀରେଖା ପାଢ଼ୀ। କୋଭିଡ କଟକଣା ମଧ୍ୟରେ ନିରାଡମ୍ବର ଭାବେ ତାଙ୍କର ବାହାଘର ଅନୁଷ୍ଠିତ ହୋଇଯାଇଛି। ସେ ଖୋର୍ଦ୍ଧା ଅଞ୍ଚଳର ଜଣେ ଜଣାଶୁଣା ବ୍ୟବସାୟୀ ସୌମ୍ୟରଞ୍ଜନ ଶତପଥୀଙ୍କ ହାତ ଧରିଛନ୍ତି। ପବିତ୍ର ଅଗ୍ନିକୁ ସାକ୍ଷୀ ରଖି ଉଭୟେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ଏକ ଘରୋଇ ଚ୍ୟାନଲେରୁ ସେ ଜଣେ ଟେଲି ଅଭିନେତ୍ରୀ ଭାବେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ପପୁଲାର ସରିୟଲ ‘ରାଜକନ୍ୟା’ର ମୁଖ୍ୟ ଚରିତ୍ର ଭାବେ ସେ ତାଙ୍କ ଅଭିନୟର ଯାଦୁରେ ଦର୍ଶକଙ୍କ ମନ ଜିଣିଥିଲେ। ପରେ ସେ ଅଭିନୟ କ୍ୟାରିୟରକୁ ଛାଡ଼ି ସଙ୍ଗୀତ ଦୁନିଆରେ ପାଦ ଥାପିଥିଲେ। ଓଡ଼ିଆ ସଙ୍ଗୀତ ଜଗତର ସୁପ୍ରସିଦ୍ଧ ମ୍ୟୁଜିକ ଡାଇରେକ୍ଟର ପ୍ରେମ୍‌ ଆନନନ୍ଦଙ୍କ ସଙ୍ଗୀତରେ ଗୋଟିଏ ପରେ ଗୋଟିଏ ସୁପରହିଟ୍‌ ଗୀତ ଭେଟି ଦେଇଥିଲେ ଦିପ୍ତୀରେଖା। ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ଓ ୟ୍ୟୁଟୁବ ମ୍ୟୁଜିକ ଚ୍ୟାନଲରେ ଗୀତ ଗାଇ ଘରେ ଘରେ ପରିଚିତ ହୋଇ ପାରିଛନ୍ତି।

Comments are closed.