Odisha Link
Bridging the Missing Links in Odisha

ବିଷାକ୍ତ ଔଷଧ ପିଆଇ ଲୁଟ୍

ଭୁବନେଶ୍ୱର: ଦିନକୁ ଦିନ ରାଜଧାନୀରେ ଲୁଟେରାଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ଜଣେ ଛାତ୍ରଙ୍କୁ ନିଶା ଦେଇ ଲୁଟି ନେଇଥିବା ସୂଚନା ମିଳିଛି। ଉକ୍ତ ଛତ୍ର ଜଣକଙ୍କ ନାଁ ପୀୟୁଷ କୁମାର ପାତ୍ର। ସେ ଯୁକ୍ତତିନିରେ ପାଠ ପଢ଼ନ୍ତି।

ସୂଚନା ଅନୁସାରେ,ପୀୟୁଷଙ୍କୁ ଦୁର୍ବୃତ୍ତ ମାନେ ବିବେକାନନ୍ଦ ହସ୍ପିଟାଲ ସମ୍ମୁଖରେ ତାଙ୍କୁ ପ୍ରଥମେ କିଛି ରାସାୟନିକ ଜିନିଷ ସ୍ପ୍ରେ କରି ଅଚେତ କରିଦେଇଥିଲେ। ତାପରେ ତାଙ୍କୁ ଅପହରଣ କରିନେବା ସହ ଭୁବନେଶ୍ୱର କ୍ଲବ ପଛପଟେ ପକାଇଦେଇଥିଲେ।ତାଙ୍କଠୁ ମୋବାଇଲ ସହ ପର୍ସ ଲୁଟ୍ ହୋଇଥିବା ଅଭିଯୋଗ କରିଛନ୍ତି ପୀୟୁଷଙ୍କ ବାପା।

ଏହି ଲୁଟରେ ୩ ଜଣ ଯୁବକଙ୍କ ସଂପୃକ୍ତି ଥିବା ପୀୟୁଷଙ୍କ ବାପା କହିଛନ୍ତି। ପୀୟୁଷଙ୍କୁ ମାଡ ମାରିବା ସହିତ ଅଚେତ କରିବା ପାଇଁ ବିଷାକ୍ତ ଔଷଧ ପିଆଇଥିବା ତାଙ୍କ ବାପା ଅଭିଯୋଗ କରିଛନ୍ତି।

Comments are closed.