Odisha Link
Bridging the Missing Links in Odisha

ସ୍କାଏକିଙ୍ଗ ଠକେଇ ମାମଲା: ଅଭୟକାନ୍ତ ପାଠକଙ୍କ ସରିଲା ଦୁଇ ଦନିଆ ରିମାଣ୍ଡ

ଭୁବନେଶ୍ୱର: ସ୍କାଏକିଙ୍ଗ ଠକେଇ ମାମଲାରେ ଅଭୟକାନ୍ତ ପାଠକଙ୍କ ଦୁଇ ଦନିଆ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି। ପୁଅର ଠକେଇ ପଛର ସତ ଜାଣିବା ଲାଗି ୨ ଦନିଆ ରିମାଣ୍ଡରେ ଆଣି ମାରାଥନ ଜେରା କରିଛି ଖାରବେଳନଗର ଥାନା ପୋଲିସ। ୪ ଦିନିଆ ରିମାଣ୍ଡ ସମୟରେ ପୁଅ ଆକାଶ ଦେଇଥିବା ତଥ୍ୟକୁ ନେଇ ବାପାକୁ ରିମାଣ୍ଡରେ ତନାଘନା କରିଥିଲା ପୋଲିସ।

କେମିତି ଆକାଶ ରଚିଥିଲେ ଠକେଇର ବ୍ଳୁ-ପ୍ରିଣ୍ଟ ? ଠକେଇ ପଛରେ ଅଭୟକାନ୍ତ ପାଠକଙ୍କ କଣ ଥିଲା ଭୂମିକା ? ଆକାଶଙ୍କୁ କେମିତି ସହଯୋଗ କରିଥିଲେ ଅଭୟ ?
ବିଜନେସ ଡିଲ୍ ବାବାଦକୁ ୨କୋଟି ୧୩ ଲକ୍ଷ ଟଙ୍କା କାହାର ? ଠକେଇ ଟଙ୍କାରେ ଚାର୍ଟର ପ୍ଳେନରେ ଉଡ଼ିଥିଲେ କି ? ଏଭଳି କେତେ ଜଣଙ୍କ ଠାରୁ ଠକେଇ କରିଛନ୍ତି ? ଏସେବୁର ତଥ୍ୟ ବାହାର କରିବା ପାଇଁ ଅଭୟକାନ୍ତଙ୍କୁ ପଚାରି ଆକାଶର ବୟାନକୁ ନେଇ କ୍ରସ ଚେକ୍ କରିଥିଲା ପୋଲିସ।

ଠକେଇ ମାମଲାରେ ସବୁ ତଥ୍ୟ ପୋଲିସ ପାଇଛି ବୋଲି ଡିସିପି କହିଛନ୍ତି। ସେପେଟେ ଆକାଶ ଓ ଅଭୟକାନ୍ତ ପାଠକଙ୍କ ଜାମିନ ଉପରେ ଏଡିଜେ-୩ କୋର୍ଟରେ ଶୁଣାଣି ହୋଇଥିବା ବେଳେ ରାୟ ସଂରକ୍ଷିତ ରହିଛି।

Comments are closed.