Odisha Link
Bridging the Missing Links in Odisha

କୋଟିପତି ଅଙ୍ଗନବାଡ଼ି ଦିଦି ଗିରଫ

ବ୍ରହ୍ମପୁର: କୋଟିପତି ଅଙ୍ଗନବାଡ଼ି ଦିଦିଙ୍କୁ ଗିରଫ କଲା ଭିଜିଲାନ୍ସ ଟିମ୍। ଦୁଇ କୋଟି ୨୦ ଲକ୍ଷର ଆୟ ବହର୍ଭୂତ ସଂପତ୍ତି ଠାବ ଅଭିଯୋଗରେ ଆଜି ଦିଦିଙ୍କୁ ଗିରଫ କରାଯାଇଛି। କାଲି ବ୍ରହ୍ମପୁର ଓ ଭୁବନେଶ୍ବରରେ ରେଡ୍‌ କରିଥିଲା ଭିଜିଲାନ୍ସ। ଅଙ୍ଗନାବାଡ଼ି ଦିଦିଙ୍କ ଭୁବନେଶ୍ବରରେ ୨ଟି ଫ୍ଲାଟ୍‌ ଠାବ କରାଯାଇଛି।

ଗୋଟିଏ ୩ ମହଲା ଓ ଆଉ ଗୋଟିଏ ଦୁଇ ମହଲା ଘର ଠାବ ହୋଇଛି। ବ୍ୟାଙ୍କରେ ୧୨ ଲକ୍ଷ ଟଙ୍କା ଜମା ହୋଇଥିବା ସୂଚନା ମିଳିଛି। ନିଜ ଘରେ ଗୋଟିଏ ଛତୁଆ ୟୁନିଟ୍‌ ଖୋଲିଥିବା ସୂଚନା ମିଳିଛି।

Comments are closed.